Report Card Odisha

| Daily Odia News

IPL ନିଲାମରେ କିଏ ଦାମୀ ଖେଳାଳି

ଆଇପିଏଲ ନିଲାମୀ ପ୍ରକ୍ରିୟାରେ ସବୁଠୁ ଦାମୀ ଖେଳାଳି ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ । ୧୬ କୋଟି ୨୫ ଲକ୍ଷ ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ । ଭାରତୀୟ ଖେଳାଳି ଯୁବରାଜଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ମୋରିସ । ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ଭାବେ ବିକ୍ରି ହେଲେ ମୋରିସ । ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୪ କୋଟି ୨୫ ଲକ୍ଷ ଟଙ୍କାରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଷ୍ଟ୍ରେଲିଆର ଷ୍ଟାର ବୋଲର ଜାୟ ରିଚାର୍ଡସନଙ୍କୁ ୧୪ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ । ଡେଭିଡ ମଲାନଙ୍କୁ ବେସ୍ ପ୍ରାଇସ ୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଲା କିଙ୍ଗସ ଏକାଦଶ ପଞ୍ଜାବ । ଷ୍ଟିଭ ସ୍ମିଥଙ୍କୁ ୨ କୋଟି ୨୦ ଲକ୍ଷ ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ଅଲରାଉଣ୍ଡର ସାକିବ ଅଲ ହାସନଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କାରେ କିଣିଲା କୋଲକାତା ନାଇଟ ରାଇଡର୍ସ । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କୁ ୭ କୋଟି ଟଙ୍କାରେ କିଣିଲା ଚେନ୍ନାଇ ସୁପର କିଙ୍ଗସ । ପୂର୍ବ ଆଇପିଏଲରେ ବାଙ୍ଗାଲୋର ପକ୍ଷରୁ ଖେଳୁଥିଲେ ମୋଇନ ଅଲ୍ଲୀ । ପୂର୍ବ ନିଲାମୀରେ ୧ କୋଟି ୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲେ ଅଲ୍ଲୀ । ସାକିବ ଅଲ ହାସନଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କାରେ କିଣିଲା କୋଲକାତା ନାଇଟ ରାଇଡର୍ସ । ଭାରତୀୟ ଅଲରାଉଣ୍ଡର ଶିଭମ ଦୁବେଙ୍କୁ ୪ କୋଟି ୪୦ ଲକ୍ଷରେ କିଣିଲା ରାଜସ୍ଥାନ ରୟାଲ୍ସ । ମୋଇନ ଅଲ୍ଲୀଙ୍କୁ କିଣିଲା ଚେନ୍ନାଇ ସୁପର କିଙ୍ଗସ । ୭ କୋଟି ଟଙ୍କାରେ ଧୋନୀ ବାହିନୀରେ ସାମିଲ ହେଲେ ମୋଇନ । ଶିଭମ ଦୁବେଙ୍କୁ ୪ କୋଟି ୪୦ ଲକ୍ଷ ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ । ଡେଭିଡ ମାଲାନଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ । ଆଡାମ ମିଲନଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । ବାଂଲାଦେଶ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ୧ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ । ଅଷ୍ଟ୍ରେଲୀୟ ବୋଲର ନାଥନ କୁଲ୍ଟର-ନାଇଲଙ୍କୁ ୫ କୋଟି ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । ବାଂଲାଦେଶୀ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ୧ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ । କୋଟି ଟଙ୍କାରେ ଭାରତୀୟ ବୋଲର ଉମେଶ ଯାଦବଙ୍କୁ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ । ପୂର୍ବତନ ଭାରତୀୟ ଖେଳାଳି ହରଭଜନ ସିଂଙ୍କୁ ପ୍ରାଥମିକ ନିଲାମୀ ପ୍ରକ୍ରିୟାରେ କିଣିଲେନି କୌଣସି ଟିମ୍ । ଗତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ ହରଭଜନ । ଅଷ୍ଟ୍ରେଲୀୟ ବୋଲର ନାଥନ କୁଲ୍ଟର-ନାଇଲଙ୍କୁ ୫ କୋଟି ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । ପୀୟୁଷ ଚାୱାଲାଙ୍କୁ ୨ କୋଟି ୪୦ ଲକ୍ଷ ଟଙ୍କାରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । କରୁଣ ନାୟର, ଆଲେକ୍ସ ହେଲ୍ସ ଓ ଜେସନ ରୟଙ୍କୁ କିଣିଲେନି କୌଣସି ଟିମ୍ । ଆଇପିଏଲ ନିଲାମୀ ଏଭିନ ଲୁଇସ, ଆରୋନ ଫିଞ୍ଚ, ହନୁମା ବିହାରୀଙ୍କୁ କିଣିଲେ ନାହିଁ କୌଣସି ଟିମ୍ ।

Breaking News