Report Card Odisha

| Daily Odia News

ବାତିଲ୍ ହେଲା ଡିଏଲ୍ – ଏଲଏଲ୍ ଟେଷ୍ଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୨ତାରିଖରୁ ହେବାକୁ ଥିବା ଡିଏଲ୍ ଓ ଏଲଏଲ୍ ଟେଷ୍ଟ ବାତିଲ୍ । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସମସ୍ତ ଟେଷ୍ଟକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ । ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଏଭଳି ସ୍ଥିତିରେ ଡିଏଲ୍ ଓ ଏଲଏଲ୍ ଟେଷ୍ଟ କରିବା ଉଚିତ୍‌ ହେବନାହିଁ । ତେଣୁ ଆସନ୍ତା ୨୨ତାରିଖରୁ ହେବାକୁ ଥିବା ସମସ୍ତ ଟେଷ୍ଟକୁ ବାତିଲ କରାଯାଇଛି । ଏପରିକି କୌଣସି ଆରଟିଓରେ ହୋଇପାରିବନି ଡିଏଲ୍ ଓ ଏଲଏଲ୍ ଟେଷ୍ଟ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡିଏଲ୍ ଓ ଏଲଏଲ୍ ଟେଷ୍ଟ ବାତିଲ କରିବାକୁ ପରିବହନ ବିଭାଗର ନିଷ୍ପତ୍ତି ।

Breaking News