ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ବିଏମସି ସିଲ୍ କଲା ଶିକ୍ଷାନୁଷ୍ଠାନ। ଆଜି ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ଭାରତୀୟ ବିଦ୍ୟା ଭବନକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । କୋଭିଡ୍ କଟକଣାକୁ ଉଲଂଘନ କରି ଅଫଲାଇନରେ ଚାଲିଥିଲା ପରୀକ୍ଷା । ବିଏମସି ପକ୍ଷରୁ ଚଢାଉ କରାଯାଇ ସିଲ୍ କରାଯାଇଛି । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେହିପରି ନୟାପଲ୍ଲୀରେ ଦୁଇଟି ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍ କରିଛି । କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ଅଦ୍ବିତୀୟ ଓ କଳିଙ୍ଗ ଏକାଡେମୀକୁ ସିଲ୍ କରାଯାଇଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..