Report Card Odisha

| Daily Odia News

ଲକଡାଉନ ଟେନସନ୍: ଅନଲାଇନ୍‌ରେ ମିଳିବ ମଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା କଲି ଠାରୁ ୧୪ ଦିନିଆ ଲକଡାଉନ୍ ରହିବ ଓଡିଶା | ଏହି ସମୟରେ ଲୋକଙ୍କ ପାଇଁ ଖାଦ୍ୟ ପେୟ ସାମଗ୍ରୀ ପାଇଁ ଚିନ୍ତା ବଢିଥାଏ | ହେଲେ ଲକଡାଉନ୍ ସମୟରେ ମଦ ମିଳିବକି ନାହିଁ ଏହାକୁ ନେଇ ଅନେକଙ୍କ ମଧ୍ୟରେ ଭାଳେଣି ପଡିଥାଏ | ଲକଡାଉନ୍ ଘୋଷଣା ହେବ ପରଠାରୁ ଲୋକେ ମଦ ସଂଗ୍ରହରେ ଲାଗିପଡିଛନ୍ତି | କିନ୍ତୁ ଏଥର ଲକଡାଉନ୍ ବେଳେ ମିଳିବ ମଦ । ଅନ୍‌ଲାଇନ୍‌ରେ ଗ୍ରାହକ କେମିତି ଘର ବସି ମଦ ପାଇ ପାରିବେ ସେ ଅବକାରୀ ବିଭାଗ ତିଆରି କରୁଛି ବ୍ଲ୍ୟୁ-ପ୍ରିଣ୍ଟ୍‌ । ଏନେଇ ଅବକାରୀ କମିଶନଙ୍କ ଅଧକ୍ଷତାରେ ଏକ ବୈଠକ ବସିଥିଲା । ତେବେ ଅନ୍‌ଲାଇନ୍‌ରେ ବିକ୍ରି ହେବ କି ନାଁ ମଙ୍ଗଳବାର ସନ୍ଧ୍ୟା ଭିତରେ ଅବଗତ କାରାଇବ ବିଭାଗ । ଜୋମାଟୋ ଓ ସ୍ୱିଗୀ ଜରିଆରେ ଗ୍ରାହକମାନେ ମଦ ପାଇପାରିବେ । ତେବେ ଅନ୍‌ଲାଇନ୍‌ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୂର୍ବ ନିଷ୍ପତ୍ତି ଅନୁସାରେ କେବଳ ସହର ଗୁଡିକରେ ଏହି ସେବା ମିଳି ପାରିବ । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ପୁରୀ ଓ ରାଉରକେଲା ସହରରେ ଡେଲିଭରୀ ଦେବ ଏହି ସଂସ୍ଥା । ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ଅନଲାଇନ୍‌ ବ୍ୟବସାୟ ପାଇଁ ଅନୁମତି ମିଳେ, ତେବେ ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା ଡେଲିଭରୀ ଚାର୍ଜ ପଡିବ । ସେହିଭଳି ୧୫ ଶହ ୧ ଟଙ୍କାରୁ ୨ ହଜାର ଟଙ୍କାରେ ମଦ କିଣିଲେ ୧୫୦ ଟଙ୍କା, ଦୁଇ ହଜାର ୧ ଟଙ୍କାରୁ ୨୫ ଶହ ଟଙ୍କାର ମଦରେ ୧୭୫ ଟଙ୍କା, ୩ ହଜାର ପାଇଁ ୨ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ସେଇଭଳି ୩ ହାଜାର ୧ ଟଙ୍କାରୁ ୩୫ ଶହ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା, ୩୫୦୧ ଟଙ୍କାରୁ ୪ ହାଜର ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪ ହଜାର ୧ ଟଙ୍କାରୁ ୪ ହାଜର ୫ ଶହ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ । ୪,୫୦୧ ଟଙ୍କାରୁ ଅଧିକ ମଦ ପାଇଁ ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ନେବେ ଜୋମାଟୋ ଓ ସ୍ୱିଗୀ । ଅନ୍‌ଲାଇନ୍‌ରେ ମଦ ବିକ୍ରି ଯୋଜନାକୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତର ବିରୋଧ କରିଛନ୍ତି । ସେପଟେ ପୁଲିସ୍‌ କହିଛି, ଅନ୍‌ଲାଇନ୍‌ରେ ବିକ୍ରି ପାଇଁ ଅନୁମତି ମିଳିଲେ ବି ଦୋକାନୀମାନେ ଅଫଲାଇନ୍‌ରେ ବିକ୍ରି କରିବେ । ୨୦୨୦ରେ ଏଥିପାଇଁ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ଆୟତ୍ତ କରିବା କାଠିକର ପାଠ ହେବ ବୋଲି କମିଶନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Breaking News