Report Card Odisha

| Daily Odia News

ଲୋକଙ୍କ ସମର୍ଥନ ପାଇଁ କ୍ଷମତାକୁ ଆସିଛି ତାଲିବାନ…..

Pakistan's Foreign Minister Shah Mahmood Qureshi gestures during a press conference in Islamabad, Pakistan, Saturday, Aug. 10, 2019. Pakistan says that with the support of China, it will take up India's unilateral actions in the disputed region of Kashmir with the U.N. Security Council and may approach the U.N. Human Rights Commission over what it says is the "genocide" of the Kashmiri people. (AP Photo/Anjum Naveed)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ୍ଆ ଫଗାନିସ୍ତାନକୁ ଜବରଦସ୍ତ ଦାଖଲ କରି ଶାସନ ଗାଦିରେ ବସିଛି | ଏହା କୁନେଇ ମୁହଁ ଖୋଲିଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ କୁରେସି । କହିବାକୁ ଗଲେ ତାଲିବାନକୁ ପରୋକ୍ଷ ସମର୍ଥନ କରିଛନ୍ତି କୁରେସି । ତାଲିବାନର ସାମ୍ନା କରିବାକୁ ଆଫଗାନ ସରକାର ସମ୍ପୂର୍ଣ୍ଣ ଅସମର୍ଥ । ତେଣୁ ତାଲିବାନ କ୍ଷମତାକୁ ଆସିଛି । ଏହାସହ ତାଲିବାନ ପାଇଁ ଲୋକଙ୍କ ପୂର୍ଣ୍ଣ ସମର୍ଥନ ରହିଛି ବୋଲି କୁରେସି କହିଛନ୍ତି । ସୂଚନା ମୁତାବକ, ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆମେରିକା ଉପରେ ବର୍ଷିଛନ୍ତି କୁରେସି । ଆଫଗାନିସ୍ତାନରେ ସେନା ମୁତୟନ କରିବା ପୂର୍ବରୁ ଆମେରିକା ପାକ୍ ସରକାରଙ୍କ ସହ କୌଣସି ଆଲୋଚନା କରିବାକୁ ଉଚିତ ମନେ କରିନଥିଲା । ଫଳରେ ନିଜ ନାଗରିକ ଓ ନିଜ ସୀମାର ସୁରକ୍ଷା ପାଇଁ ଆମେରିକା ଆଗରେ ପାକିସ୍ତାନକୁ ମୁଣ୍ଡ ନୁଆଁଇବାକୁ ପଡିଥିଲା । ୯/୧୧ ଆକ୍ରମଣରେ ପାକସ୍ତାନର କୌଣସି ସମ୍ପୃକ୍ତି ନଥାଇ ବି ଦେଶର ୮୦ ହଜାର ଲୋକଙ୍କ ଜୀବନ ଗଲା । ୧୮୦ ଅରବ ଡଲାର କ୍ଷତି ହୋଇଥିଲା,୨୦ ଲକ୍ଷରୁ ଅଧିକ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଥିଲା । ଏବେବି ପାକିସ୍ତାନ ପାଖାପାଖି ୩୦ ଲକ୍ଷ ଆଫଗାନିସ୍ତାନ ଲୋକଙ୍କୁ ଶରଣ ଦେଇଛି । କିନ୍ତୁ ଏହା ସହି ନପାରି ଆମେରିକା ସବୁବେଳେ ପାକିସ୍ତାନକୁ ‘ଡୁ ମୋର’ କହି ଆସୁଛି ବୋଲି କହି ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି କୁରେସି । ଏହାସହ ଆଫଗାନିସ୍ତାନରେ ଏହା ପୂର୍ବରୁ ଥିବା ସରକାରଙ୍କ ପ୍ରତି କୌଣସି ରାଜନୈତିକ ସମର୍ଥନ ନଥିଲା । ତେଣୁ ଆଜି ଆଫଗାନିସ୍ତାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଯଥାର୍ଥ । ଲୋକଙ୍କ ସମର୍ଥନ ମିଳିଥିବାରୁ ତାଲିବାନ ଶାସନକୁ ଆସିପାରିଛି ବୋଲି କୁରେସି କହିଛନ୍ତି ।

 

Breaking News