ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀରେ ମାତିଛନ୍ତି ପଲସର ଲୁଟେରା ଗ୍ୟାଙ୍ଗ୍। ବାଇକ୍ରେ ଆସି ମହିଳାଙ୍କ ବେକରୁ ଝାମ୍ପିନେଲେ ଚେନ୍। ଆଜି ସକାଳୁ ସକାଳୁ ମନ୍ଦିରରୁ ଫେରିବା ବେଳେ ମହିଳାଙ୍କୁ ମାଡ଼ ମାରି ତାଙ୍କ ବେକୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଲୁଟେରା । ଏହି ଘଟଣା ସୈନିକ ସ୍କୁଲ-ଭିଏସଏସ ନଗର ରାସ୍ତାରେ ଘଟିଥିବା ଜଣାପଡିଛି । ସହିଦନଗର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରହିଛି । ତେବେ ସକାଳ ସାଢେ ୬ଟା ସମୟରେ ଏହି ଘଟଣା ଘଟିଛି । ମହିଳା ଜଣଙ୍କର ମନ୍ଦିରରୁ ଫେରୁଥିଲେ । ଏତିକିବେଳେ ବାଇକରେ ଦୁଇ ଜଣ ଯୁବକ ଆସିଥିଲେ । ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିଥିଲେ ଲୁଟେରା । ପରେ ଚେନ୍ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅଭିଯୋଗ ପରେ ସହିଦନଗର ଥାନା ପୋଲିସ ଛାନଭିନ ଆରମ୍ଭ କରିଛି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..