ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିର ଇଣ୍ଟରନେଟ ଯୁଗରେ ଗୀତ ଶୁଣିବା କିମ୍ବା ଭିଡିଓ ଦେଖିବା ସହଜ ହୋଇଯାଇଛି। ପୂର୍ବରୁ ମନୋରଞ୍ଜନ ପାଇଁ ଗୀତ ଶୁଣିବା ଲାଗି କ୍ୟାସେଟ୍ ଟେପ୍ ସହଜ ମାଧ୍ୟମ ଥିଲା ଏହି ଅଡିଓ କ୍ୟାସେଟ୍ ଟେପ୍ ପହଞ୍ଚାଇଥିବା ଡଚ୍ ଇଞ୍ଜିନିୟର ତଥା ଅଡିଓ କ୍ୟାସେଟ୍ ଟେପ୍ର ସ୍ରଷ୍ଟା ଭାବେ ଜଣାଶୁଣା ଲୋଉ ଓଟ୍ଟେନ୍ସଙ୍କର ଦେହାନ୍ତ ହୋଇଛି । ଗତ ସପ୍ତାହରେ ଓଟେନ୍ସଙ୍କ ହୋମଟାଉନ ଡୁଇଜେଲରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଗତ ମଙ୍ଗଳବାର ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଡଚ୍ ନ୍ୟୁଜ୍ ଆଉଟଲେଟ୍ ହ୍ୟାଣ୍ଡେଲ୍ସବ୍ଲାଡ ରିପୋର୍ଟ ଅନୁସାରେ, ୧୯୬୦ରେ ବଜାରକୁ ପ୍ରଥମେ ଏହି ଅଡିଓ କ୍ୟାସେଟ୍ ଆସିଥିଲା। ଏହା ପରେ ପୁରା ଦୁନିଆରେ ୧୦୦ ବିଲିୟନରୁ ଅଧିକ କ୍ୟାସେଟ୍ ବିକ୍ରି ହୋଇଥିଲା। ଓଟେନ୍ସ ବଡ଼ ରିଲ୍ ଟୁ ରିଲ୍ ଟେପ ବଦଳରେ କ୍ୟାସେଟ୍ ଟେପ୍ ଆବିଷ୍କାର କରିଥିଲେ। ରିଲ୍ ଟୁ ରିଲ୍ ଟେପ୍ଗୁଡ଼ିକରେ ଉଚ୍ଚ ଗୁଣବତ୍ତାର ମ୍ୟୁଜିକ ଶୁଣି ହୋଇପାରୁଥିଲା, କିନ୍ତୁ ଏହା ଅଧିକ ବଡ଼ ଏବଂ ମହଙ୍ଗା ଥିଲା। ତେଣୁ ୧୯୬୦ ଦଶକର ପ୍ରାରମ୍ଭରେ ଟେପ୍ ଟେକ୍ନୋଲୋଜିକୁ ଛୋଟ କରିବାରେ ସମର୍ଥ ହୋଇଥିଲେ ଓଟେନ୍ସ। ସେତେବେଳେ ଓଟେନ୍ସ ଫିଲିପ୍ସ ଟେକ୍ନୋଲୋଜି କମ୍ପାନୀର ନ୍ୟୁ ପ୍ରଡକ୍ଟ ଟେକ୍ନୋଲୋଜି ଡେଭେଲପମେଣ୍ଟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..