ରିପୋର୍ଟ କାର୍ଡ / ପୁରୀ
ଶେଷ ହୋଇଛି ପୁରୀ ଶ୍ରୀମନ୍ଦିରର ପରିଚାଳନା କମିଟି ବୈଠକ | ଉକ୍ତ ବୈଠକରେ ୨୨-୨୩ ପାଇଁ ୨୪୮ କୋଟି ଟଙ୍କାର ବଜେଟ ଅନୁମୋଦନ ମିଳିଛି। ବୈଠକ ଶେଷ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। କହିଛନ୍ତି କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମସ୍ତେ ମିଳିତ ଭାବରେ ଆଗେଇ ନେବା ଉଚିତ୍। ମହାପ୍ରଭୁଙ୍କ କାର୍ଯ୍ୟ ହେଉଛି ସମସ୍ତଙ୍କ କାର୍ଯ୍ୟ। ସୁରକ୍ଷିତ ଅଛି ଶ୍ରୀମନ୍ଦିର। ଏଥିରେ ବିରୋଧ କିମ୍ବା ବାଧା ଦେବା ଉଚିତ ନୁହେଁ। ଯଦି କିଛି ଦ୍ବନ୍ଦ ଅଛି ତାହାଲେ ଏହାକୁ ମିଳିତ ଭାବରେ ସମାଧାନ କରିବା ଉଚିତ୍ | ଏନେଇ ମୁଖ୍ୟ ପ୍ରଶାସକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।






More Stories
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ……
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..