ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିବାହ ମଣ୍ଡପରେ ବର ସାମ୍ନାରେ କନ୍ୟା ମଥାରେ ସିନ୍ଦୁର ପିନ୍ଧାଇଲା ପ୍ରେମିକ | ଆଉ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଉପସ୍ଥିତ ଥିବା ଲୋକ । ଏଭଳି ରୋଚକକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗୋରଖପୁର ବୁଦହାଟ ଥାନା ଅଞ୍ଚଳରେ । ସୂଚନାଅନୁଯାୟୀ, ବୁଦହାଟ ଥାନା ଅଞ୍ଚଳରେ ଏକ ଗ୍ରାମରେ ଦୁଇ ଯୁବକ ଯୁବତୀ ପରସ୍ପରଙ୍କୁ ଭଲ ପାଉଥିଲେ ନିକଟରେ ଯୁବକ ଜଣକ ବାହାରକୁ କାମ କରିବାକୁ ଯାଇଥିଲେ ଆଉ ଏହାରି ମଧ୍ୟରେ ଅନ୍ୟତ୍ର ଯୁବତୀଙ୍କର ବିବାହ ଠିକ୍ ହୋଇଥିଲା । ତେବେ ଯୁବକ ଜଣକ ବାହଘର ବିଷୟ ଶୁଣି ଗାଁକୁ ଫେରିଆସିଥିଲେ। ଡିସେମ୍ବର ୧ ତାରିଖ ବାହାଘରେ ବରଣମାଳା ପିନ୍ଧିବା ବେଳେ ଷ୍ଟେଜରେ ଚଢ଼ି ଯୁବତୀଙ୍କ ମଥାରେ ସିନ୍ଦୁର ପିନ୍ଧାଇଥିଲା ପ୍ରେମିକ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବର ଏବଂ ସେଠାରେ ଥିବା ଲୋକମାନେ । ଧୂମ ଛେଚା ଖାଇଲା ପ୍ରେମିକ | ଏହାପର ପୋଲିସ ଆସି ପ୍ରେମିକକୁ କାବୁକରିଥିଲା | ଝିଅଟି ପାଇଁ ଠିକ କରାଯାଇଥିବା ବରକୁ ଝିଅ ବିବାହକଲା |





More Stories
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….
କ୍ୟାନ୍ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାନ୍ତୁ…..
ବିମାନ ଜରୁରୀ ଅବତରଣ…..