ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା କରାଯାଇଛି । ୪ ପ୍ରତଶତ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ସେହିଭଳି ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରିଭର୍ସ ରେପୋରେଟ୍ । କୋଭିଡ କାରଣରୁ ଆକୋମୋଡେଟିଭ୍ ଷ୍ଟାନ୍ସ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ତେବେ, ବର୍ତ୍ତମାନର ପରିସ୍ଥିତିରେ, ବଜାର ବିଶେଷଜ୍ଞମାନେ ଆଶା କରିଥିଲେ ଯେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତଥର ଭଳି ନୀତି ହାରରେ ପରିବର୍ତ୍ତନ କରିବେ ନାହିଁ । ରିଜର୍ଭ ବ୍ୟାଙ୍କର ଏମପିସିର ଏହା ହେଉଛି କ୍ରମାଗତ ଦଶମ ବୈଠକ, ଯେଉଁଥିରେ ନୀତି ହାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ମେ ୨୦୨୦ ବୈଠକରେ ଆରବିଆଇ ରେପୋ ରେଟ୍ ହଟାଇ ୪ ପ୍ରତିଶତ ରଖିଥିଲା । ଯାହାକି ଗତ ୨୧ ବର୍ଷ ମଧ୍ୟରେ ଥିଲା ସର୍ବନିମ୍ନ ସ୍ତର ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ବଢ଼ିବ କ୍ଷୀର ଦର…..