ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ କରୋନା ମହାମାରୀ କାୟାବିସ୍ତାର କରିଚାଲିଛି | ମହାରାଷ୍ଟ୍ରରେ ପୁଣି ହୋଇପାରେ ଲକଡାଉନ। କରୋନା ସ୍ଥିତି ସମୀକ୍ଷା ପରେ ଏଭଳି ସଙ୍କେତ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଲୋକେ କଟକଣା ନିୟମକୁ ମାନୁନାହାନ୍ତି। ତେଣୁ କୋଭିଡ୍ ନିୟମ ଉଲଂଘନ କଲେ ଆଗକୁ ସ୍ଥିତି ନିୟନ୍ତ୍ରଣ ପାଇଁ ଲକ୍ଡାଉନ୍ ଭଳି ପଦକ୍ଷେପ ନେବାକୁ ପ୍ରସ୍ତୁୂତ ରହିବାକୁ ମୁଖ୍ୟମନ୍ତ୍ରୀ ଠାକରେ ସରକାରୀ ଅଧିକାରୀଙ୍କୁ କହିଛନ୍ତି । କୋଭିଡ୍-୧୯ ଟାସ୍କଫୋର୍ସ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମୁମ୍ବାଇ ସମେତ ମହାରାଷ୍ଟ୍ରରେ କରୋନା ସ୍ଥିତିି ନେଇ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ।ମହାରାଷ୍ଟ୍ରରେ ଗୋଟିଏ ଦିନରେ ଗତକାଲି ୩୫ ହଜାର ୭୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୬୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ୭୩ ହଜାରରୁ ଅଧିକ ଟପିଲାଣି। ଏପରିକି ୫୪ ହଜାର ୭୩ ଜଣଙ୍କ ମୃତ୍ୟୁ ବି ହୋଇସାରିଲାଣି। ଆଉ ଏଭଳି ସ୍ଥିତିକୁ ଦେଖି ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ତେବେ କେବଳ ମହାରାଷ୍ଟ୍ରରେ ନୁହେଁ ବରଂ ସାରା ଦେଶରେ ବଢିଚାଲିଛି କରୋନା ସଂକ୍ରମଣ। କହିବାକୁ ଗଲେ ଦେଶରେ ମାଡ଼ି ଚାଲିଛି କରୋନା ମହାମାରୀ। ଏହି ମହାମାରୀ ପୁଣି ଥରେ ଭୟଙ୍କର ରୂପ ନେଲାଣି। ଦିନକୁ ଦିନ ବଢୁଛି ପଜିଟିଭଙ୍କ ସଂଖ୍ୟା। ୨୪ ଘଣ୍ଟାରେ ସାରା ଦେଶରେ ୬୮ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଗୋଟିଏ ଦିନରେ ଏହି ମହାମାରୀ ନେଇଛି ୨୯୧ ଜୀବନ। ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୧ ହଜାର ୮୪୩ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୩୯ ହଜାରରେ ପହଞ୍ଚିଛି। ଏବେ ଆକ୍ଟିଭ କେସ୍ ରହିଛି ୫ ଲକ୍ଷ ୨୧ ହଜାର ଉପରେ। ସେହିପରି ସୁସ୍ଥ ହୋଇଛନ୍ତି ୧ କୋଟି ୧୩ ଲକ୍ଷ ୫୫ ହଜାର। ଏପର୍ଯ୍ୟନ୍ତ ୬ କୋଟି ୫ ଲକ୍ଷ ୩୦ ରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗତବର୍ଷ ଅକ୍ଟୋବର ମଧ୍ୟଭାଗ ପରଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡସଂଖ୍ୟକ ୬୮,୦୨୦ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଏଥିସହ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧.୨୦ କୋଟିରେ ପହଞ୍ଚିଛି। ସେହପରଇ ଓଡ଼ିଶାରେ ମଧ୍ୟ କରୋନା ଗ୍ରାଫ୍ ଉପରମୁହାଁ ରହିଛି। ୨୪ ଘଣ୍ଟାରେ ରାଜ୍ୟରେ ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..