ରିପୋର୍ଟ କାର୍ଡ / ମୁମ୍ବାଇ
କୋଭିଡ୍-୧୯ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ଶନିବାର ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ରାଜ୍ୟରେ ଥିବା ହୋଟେଲ୍ ଓ ରେସ୍ତୋରାଁଗୁଡ଼ିକୁ ଚେତାବନୀ ଦେଇଛନ୍ତି| କହିଛନ୍ତି ଯେ, ‘ଲକ୍ଡାଉନ୍’ ଭଳି କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାରଙ୍କୁ ବାଧ୍ୟ କରନାହିଁ। ‘ହୋଟେଲ୍ ଓ ରେସ୍ତୋରାଁ ସଂଘ’ ଏବଂ ‘ସପିଙ୍ଗ୍ ସେଣ୍ଟର୍ ଗ୍ରୁପ୍’ର ପ୍ରତିନିଧିମାନଙ୍କ ସହ ଅନୁଷ୍ଠିତ ଏକ ଭର୍ଚ୍ୟୁଆଲ୍ ସଭାରେ ମୁଖ୍ୟମନ୍ତ୍ରୀ କହିଲେ, ସଂକ୍ରମଣ ନିରୋଧୀ ନିୟମ ପ୍ରତି ବେପରୁଆ ମନୋଭାବ ଆସିଯାଇଛି। ‘ଲକ୍ଡାଉନ୍’ ଭଳି କଠୋର ବ୍ୟବସ୍ଥା ଜାରି କରିବାକୁ ବାଧ୍ୟ କରନ୍ତୁ ନାହିଁ। ଏ କଥାକୁ ଶେଷ ଚେତାବନୀ ବୋଲି ବିବେଚନା କରନ୍ତୁ। ଆତ୍ମ-ଶୃଙ୍ଖଳା ଏବଂ କଟକଣା ମଧ୍ୟରେ ଫରକ ଅଛି ବୋଲି ପ୍ରତ୍ୟେକଙ୍କୁ ହୃଦୟଙ୍ଗମ କରିବାକୁ ପଡ଼ିବ। ଅକ୍ଟୋବର ମାସର ପର୍ଯ୍ୟାୟକ୍ରମେ କାର୍ଯ୍ୟକଳାପ ସବୁ ପୁନଃ ଆରମ୍ଭ ହେବା ଠାରୁ ଅଧିକାଂଶ ସ୍ଥାନରେ ଜନଗହଳି ବୃଦ୍ଧି ପାଇଥିବା କଥା ମୁଖ୍ୟମନ୍ତ୍ରୀ ଠାକ୍ରେ ଦର୍ଶାଇଥିଲେ। ସୁରକ୍ଷା ନିମୟ ପାଳନ କରା ନ ଯାଉଥିବାରୁ ସଂକ୍ରମଣ ମାମଲା ହଠାତ୍ ବୃଦ୍ଧି ପାଇଥିବା କଥା ସେ କହିଛନ୍ତି। ସେ ପୁଣି ମଧ୍ୟ କହିଛନ୍ତି ଯେ, ସଂକ୍ରମଣ ବୃଦ୍ଧି ନିୟନ୍ତ୍ରଣ କରିବା ଲାଗି ତାଙ୍କ ସରକାର ‘ଲକ୍ଡାଉନ୍’ ଘୋଷଣା କରିବା ସପକ୍ଷରେ ନାହିଁ। ଏଭଳି କଠୋର ନିଷ୍ପତ୍ତିକୁ ଏଡ଼ାଇବା ନିମନ୍ତେ ସହଯୋଗ କରିବା ଲାଗି ସେ ଜନତାଙ୍କୁ ନିବେଦନ କରିଛନ୍ତି।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..