Report Card Odisha

| Daily Odia News

ଦୀର୍ଘ ୧୩ବର୍ଷ ତଳର ହତ୍ୟାକାଣ୍ଡର ଗୁମର ଖୋଲିଛି କମିଶନରେଟ୍‌ ପୋଲିସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କମିଶନରେଟ୍‌ ପୋଲିସକୁ ଆଉ ଏକ ସଫଳତା ମିଳିଛି । ଦୀର୍ଘ ୧୩ବର୍ଷ ତଳର ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ରାଜଧାନୀର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ମହାନ୍ତି ହତ୍ୟା ମାମଲାରେ ପୂର୍ବରୁ ୪ଜଣଙ୍କୁ ଗିରଫ କରାଯାଇଛି । ଆଉ ଏବେ ଆଉ ଜଣେ ଅଭିଯୁକ୍ତକୁ ଧରିବାର ସଫଳ ହୋଇଛି କମିଶନରେଟ୍‌ ପୋଲିସ ସ୍ପୋଶାଲ ସ୍କ୍ୱାର୍ଡ । ଘଟଣାରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଣି ଖୋଲିଲା ଫାଇଲ୍‌ । ସୂଚନା ଅନୁଯାୟୀ, ୧୩ବର୍ଷ ତଳେ ସଙ୍ଗୀତ ନିର୍ଦ୍ଦେଶ ସୁମନ୍ତ ମହାନ୍ତିଙ୍କ ଗାଡି ଏକ ନଦୀପଠାରୁ ମିଳିଥିଲା । ଏବଂ ସେଥିରେ ସୁମନ୍ତଙ୍କ ମୃତଦେହ ମିଳିଥିଲା । ଯାହାପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ତେବେ ତଦନ୍ତର କିଛି ଦିନ ପରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ମଧ୍ୟ ଆଉ ଜଣଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା । ତେବେ ହତ୍ୟା ଘଟଣାର ୧୩ବର୍ଷ ପରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ଯାହାକି ପୋଲିସ ପାଇଁ ଏକ ବଡ଼ ସଫଳତା ।

Breaking News