Report Card Odisha

| Daily Odia News

ମଦ୍ୟ ପାନରୁ ମୃତ୍ୟୁ ହେଲେ ମିଳିବନି ବୀମା ରାଶି:ସୁପ୍ରିମ୍‌କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଦ୍ୟ ପାନରୁ ମୃତ୍ୟୁ ହେଲେ ମିଳିବନି ବୀମା ରାଶି | ଏକ ମୃତ୍ୟୁ ଘଟଣାରେ ବୀମା ଦାବି ପାଇଁ ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରି ସୁପ୍ରିମ୍‌କୋର୍ଟ ଏହା କହିଛନ୍ତି । ପ୍ରାୟ ଲୋକଙ୍କର ମଦ୍ୟପାନ ଯୋଗୁଁ ମୄଯଉଁ ହୋଇଥାଏ | ମଦ ପିଇବା ଯୋଗୁ ମୃତ୍ୟୁ ହେଲେ ଏହାକୁ ଦୁର୍ଘଟଣା ବୋଲି ବିଚାର କରାଯିବ ନାହିଁ । ତେଣୁ ଏ କ୍ଷେତ୍ରରେ ବୀମା ରାଶି ମିଳିପାରିବ ନାହିଁ । ସୁପ୍ରିମ୍‌କୋର୍ଟ କହିଛନ୍ତି, ଏହା କୌଣସି ଦୁର୍ଘଟଣା ନୁହେଁ । ଏଣୁ ଏଥିରେ ବୀମା ରାଶି ପ୍ରଦାନ କରାଯାଇପାରିବ ନାହିଁ । ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ପ୍ରତ୍ୟକ୍ଷ ଦୁର୍ଘଟଣା କ୍ଷେତ୍ରରେ ବୀମା ରାଶି ପ୍ରଦାନ କରିବା ବୀମା କମ୍ପାନିର ଦାୟିତ୍ୱ । ଅତ୍ୟଧିକ ମଦ୍ୟପାନ ଯୋଗୁ ମୃତ୍ୟୁ କ୍ଷେତ୍ରରେ ନୁହେଁ । ଜଷ୍ଟିସ୍‌ ବିନୀତ ସରଣ ଏବଂ ଜଷ୍ଟିସ୍‌ ଏମ୍‌ ଏମ୍‌ ସାନ୍ତନଗୌଦରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗର ଏକ ନିଷ୍ପତ୍ତିକୁ କାଏମ୍‌ ରଖି କହିଛନ୍ତି ଯେ, ବୀମା ନୀତି ଅନୁସାରେ ଏଭଳି ମାମଲାରେ ବୀମା ରାଶି ପ୍ରଦାନ କରିବାର କୌଣସି ପ୍ରକାର ସାମ୍ବିଧାନିକ ବ୍ୟବସ୍ଥା ନାହିଁ । ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ମଦ ପିଇବା ଯୋଗୁ ହୋଇଛି । ତେଣୁ ବୀମା ରାଶି ପ୍ରଦାନ କରାଯାଇପାରିବ ନାହିଁ । ୨୦୦୯ ଏପ୍ରିଲ ୨୪ରେ ରାଷ୍ଟ୍ରୀୟ ଆୟୋଗ ହିମାଚଳ ପ୍ରଦେଶର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ନିଷ୍ପତ୍ତି ନେଇଥିଲେ ଯେ, ବ୍ୟକ୍ତିଜଣକ ଅତ୍ୟଧିକ ମଦ୍ୟପାନ ଯୋଗୁ ମୃତ୍ୟୁବରଣ କରିଛନ୍ତି । ତେଣୁ ତାଙ୍କ ସମ୍ପର୍କୀୟଙ୍କୁ ବୀମା ରାଶି ପ୍ରଦାନ କରାଯାଇପାରିବ ନାହିଁ । ଅତ୍ୟଧିକ ମଦ୍ୟପାନ ଯୋଗୁ ହିମାଚଳ ପ୍ରଦେଶ ରାଜ୍ୟ ବନ ଉନ୍ନୟନ ନିଗମରେ କାର୍ଯ୍ୟରତ ଜଣେ ଚୌକିଦାରଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ଆଇନତଃ ତାଙ୍କ ଉତ୍ତରାଧିକାରୀ ନର୍ବଦା ଦେବୀ ବୀମା କ୍ଲେମ୍‌ ଆବେଦନ କରିଥିଲେ । ଘଟଣା ୧୯୯୭ର । ପୋଷ୍ଟମର୍ଟମ୍‌ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ମୃତ୍ୟୁ ଅତ୍ୟଧିକ ମଦ୍ୟପାନ ଯୋଗୁ ହୃଦ୍‌ଘାତ ହେବା ଫଳରେ ହୋଇଛି । ଏଭଳି ମୃତ୍ୟୁକୁ ଦୁର୍ଘଟଣା ଭାବେ ବିଚାର କରାଯାଇପାରିବ ନାହିଁ । ତେଣୁ ବୀମା କମ୍ପାନିର ଦାୟିତ୍ୱ ନୁହେଁ ଯେ, ଏହା ଏ କ୍ଷେତ୍ରରେ ବୀମା ରାଶି ଦେବ ।

Breaking News