Report Card Odisha

| Daily Odia News

ପୋଲିସଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମ

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ଜିଲ୍ଲା ପିପାଲପାଦର ଜଙ୍ଗଲରେ ଆଜି ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ କୌଣସି ମାଓବାଦୀ ମୃତାହତ ହୋଇଛନ୍ତି କି ନାହିଁ ସେ ନେଇ କୌଣସି ଖବର ମିଳିନାହିଁ। ପିପାଲପାଦର ଜଙ୍ଗଲରେ ମାଓବାଦୀ ସଂଗଠନର ଏକ ବୈଠକ ଚାଲିଥିବା ଖବର ପାଇ ଏସଓଜି ଏବଂ ଡିଭିଏଫ ପକ୍ଷରୁ ଆଜି ସକାଳୁ କୋମ୍ବିଂ ଅପରେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ଜଙ୍ଗଲରେ ମାଓବାଦୀଙ୍କ ସହିତ ଯବାନ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଘଟଣାସ୍ଥଳକୁ ଯବାନମାନେ ବିସ୍ଫୋରକ ଏବଂ ମାଓବାଦୀଙ୍କ ଦ୍ବାରା ବ୍ୟବହୃତ ସାମଗ୍ରୀ ଜବତ  ହୋଇଛି । କୋମ୍ବିଂ ଅପରେଶନ ଶେଷ ହେବା ପରେ ସମ୍ପୂର୍ଣ୍ଣ ବିବରଣୀ ମିଳିବ ବୋଲି ମାଲକାନଗିରି ଏସପି ହୃଷିକେଶ ଖିଲାରୀ ସୂଚନା ଦେଇଛନ୍ତି।

Breaking News