Report Card Odisha

| Daily Odia News

ବଙ୍ଗଳାବାସୀଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ:ମମତା…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗର ନିର୍ବାଚନକୁ ୧ ମାସ ହେବାକୁ ବସିଥିଲେ ହେଁ ମୋଦି ସରକାର ଓ ମମତା ସରକାର ମଧ୍ୟରେ ଅସନ୍ତୋଷ ଦୂର ହୋଇ ନାହିଁ। ଯାହାକି ଶୁକ୍ରବାର ହୋଇଥିବା ବାତ୍ୟା ‘ୟାସ’ ସମୀକ୍ଷା ବୈଠକରୁ ଚର୍ଚ୍ଚାକୁ ଆସିଛି | ଯାହାକୁ ନେଇ ସୋସିଆଲ ମେଡିଆରେ ଅନେକ ସମାଲୋଚାନର ଶିକାର ହୋଇଛନ୍ତି ମମତା | ବାତ୍ୟା ‘ୟାସ’ ପ୍ରଭାବରେ ଓଡ଼ିଶା ସହ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଜ୍ୟ ଗସ୍ତ କରି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଅଧାଘଣ୍ଟା ଅପେକ୍ଷା କରାଇଥିଲେ। ମମତା ଓ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ସମାନ ସ୍ଥାନରେ ଥାଇ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ୩୦ ମିନିଟ୍‌ ବିଳମ୍ବରେ ପହଞ୍ଚିଥିଲେ ଏବଂ ଅଧାରୁ ଉଠିଯାଇଥିଲେ। ମମତାଙ୍କ ଏଭଳି ବ୍ୟବହାରକୁ ସୋସିଆଲ ମିଡିଆରେ ନାପସନ୍ଦ କରାଯିବା ପରେ ଟିଏମ୍‌ସି ଓ ଭାଜପା ଏବେ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ପଟେ ସମାନ ସ୍ଥାନରେ ଥାଇ ମଧ୍ୟ ଠିକ୍‌ ସମୟରେ ମୁଖ୍ୟମନ୍ତ୍ରୀ ନ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରି ନ ଥିବା ଭାଜପା କହିଛି। ସେହିଭଳି ବୈଠକ ପାଇଁ ଦିଆଯାଇଥିବା କାର୍ଯ୍ୟସୂଚି ପୂର୍ବରୁ ବୈଠକ ଆରମ୍ଭ ହୋଇଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ବୋଲି ଟିଏମ୍‌ସି କହିଛି। ଏହାଛଡ଼ା ମମତା ନିଜେ ପ୍ରଶ୍ନ କରିବା ସହ ଭିନ୍ନ ଅପିଲ୍‌ କରିଛନ୍ତି । ବାତ୍ୟାର ସମୀକ୍ଷା ପାଇଁ ଭାଜପା ନେତା ଓ ରାଜ୍ୟପାଳଙ୍କୁ କାହିଁକି ଡକାଗଲା ବୋଲି ମମତା ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥାନ୍ତା, ଏଣୁ ଅପମାନିତ ଅନୁଭବ କରିଛି ବୋଲି ସେ କହିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ବଙ୍ଗଳାବାସୀଙ୍କ କଲ୍ୟାଣ ପାଇଁ ତାଙ୍କ ପାଦ ଛୁଇଁବାକୁ କୁହନ୍ତି ତେବେ ମୁଁ ତାହା କରିବାକୁ ପ୍ରସ୍ତୁତ, ହେଲେ ମୋତେ ଅପମାନିତ କରାଯିବା ଉଚିତ ନୁହେଁ ବୋଲି ସେ ଅପିଲ କରିଛନ୍ତି।

Breaking News