ରିପୋର୍ଟ କାର୍ଡ / ବାଲେଶ୍ଵର
୩ ବର୍ଷର ପୁଅକୁ ନେଇ ମାଆ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକରେ | ସୂଚନା ଅନୁସାରେ, ଏହି ଘଟଣା ନୂଆଗାଁ ରେଳ ଷ୍ଟେସନ ନିକଟରେ ଘଟିଛି । ମୃତ ମହିଳାଜଣଙ୍କ ବସ୍ତା ବ୍ଲକ ଦୁଧହଂଶା ଗ୍ରାମର ରୀତାରାଣୀ ବୋଲି ଜଣାପଡ଼ିଛି । ମୃତ ପୁଅର ନାମ ମକୁରୁ(୩) ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ । ଖବର ପାଇ ବାଲେଶ୍ୱର ଜିଆଇପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କନ୍ଦଳକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..