Report Card Odisha

| Daily Odia News

ମମତାଙ୍କ ବିରୋଧରେ ବିଜେପି ଆଣିଲା ଅପରାଧିକ ମାମଲା,ନାକଚ ହୋଇଯିବକି ଦିଦିଙ୍କ ପ୍ରାର୍ଥୀପତ୍ର……

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ୩୦ ସେପ୍ଟେମ୍ବର ଭୋଟ ଲାଗି ସେ ତାଙ୍କ ପ୍ରାର୍ଥୀପତ୍ର ସେପ୍ଟେମ୍ବର ୧୦ ତାରିଖରେ ଦାଖଲ କରିସାରିଛନ୍ତି। ଏବେ ମମତାଙ୍କ ପ୍ରାର୍ଥୀପତ୍ର ନାକଚ ହେବାର ସ୍ଥିତି ଉପୁଜିଛି। ମୁଖ୍ୟମନ୍ତ୍ରୀ ନାମାଙ୍କନ ପତ୍ରର ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ୫ଟି ପୋଲିସ ମାମଲା ସମ୍ପର୍କରେ ଉଲ୍ଲେଖ କରି ନ ଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ନେଇ ଭାଜପା ପ୍ରାର୍ଥୀ ପ୍ରିୟଙ୍କା ଟିବରିଓ୍ବାଲ ରିଟର୍ନିଂ ଅଫିସରଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ଏସବୁ ମାମଲା ମମତାଙ୍କ ବିରୋଧରେ ଆସାମରେ ଦାଏର ହୋଇଥିଲା। ଏପ୍ରିଲ୍‌-ମେ’ରେ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ଏସବୁ ମାମଲା ମମତାଙ୍କ ବିରୋଧରେ ରହିଥିବା କୁହାଯାଉଛି। ଯଦି ଏ ସମ୍ପର୍କରେ ମମତାଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଏ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପ୍ରାୟ ନିଶ୍ଚିତ। ସେ ନନ୍ଦୀଗ୍ରାମ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହୋଇଥିଲେ। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସ ମଧ୍ୟରେ ତାଙ୍କୁ ବିଧାନସଭା ଆସନରୁ ନିର୍ବାଚିତ ହେବାକୁ ପଡ଼ିବ।

Breaking News