ରିପୋର୍ଟ କାର୍ଡ / କେନ୍ଦୁଝର
କ୍ରୋଧରେ ଶାଳୀକୁ ହତ୍ୟା ପରେ ଶାଶୁକୁ ଦୁଷ୍କର୍ମ କରିବାକୁ ମଧ୍ୟ ପଛାଇଲା ନାହିଁ ପିଶାଚ ଜ୍ୱାଇଁ। ଏପରିକି ସମ୍ପର୍କ ମଧ୍ୟ ଭୁଲି ଯାଇଥିଲେ। ଏଭଳି ଲଜ୍ୟାକର ଘଟଣା ଘଟିଛି ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ କିରିବୁର ଅଞ୍ଚଳରେ । ଅଭିଯୁକ୍ତ ଜଣକ ହେଲେ ମୂର୍ଗାପଡାର ରୂପ ସିଂ। ସୂଚନା ଅନୁସାରେ, ଗତକାଲି ରୂପ ସିଂ ଶାଶୁ ଓ ଶାଳୀଙ୍କ ସହ ଜଙ୍ଗଲକୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ଶାଳୀଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରୂପ ସିଂ କୁରାଢ଼ୀରେ ଶାଳୀର ମୁଣ୍ଡକୁ କାଟି ଦେଇଥିଲେ। ଏହାପରେ ମୃତଦେହକୁ ୨ ଶହ ଫୁଟ ଘାଟି ତଳକୁ ଫିିଙ୍ଗି ଦେଇଥିଲେ। ଏତିକିରେ ତାଙ୍କ ରାଗ ଥମି ନଥିଲା। ଅଭିଯୋଗ ଅନୁସାରେ, ସେ ଶାଶୁଙ୍କୁ ଦୁଷ୍କର୍ମ କରିବାକୁ ମଧ୍ୟ ପଛାଇ ନଥିଲେ। କୌଶଳ କ୍ରମେ ମହିଳା ଜଣକ ଘଟଣାସ୍ଥଳରୁ ଖସି ଆସି କିରିବୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ହେଲେ ଅଭିଯୁକ୍ତ ରୂପ ସିଂ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ପୋଲିସ୍ ଅଭିଯୁକ୍ତକୁ ଧରିବା ଲାଗି ଛାନ୍ଭିନ୍ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।
More Stories
୧୯ ଯାଏଁ ବର୍ଷା, ୟୋଲୋ ଓ୍ବାର୍ନିଂ ଜାରି….
ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ….
ପ୍ରବଳ ବର୍ଷୀବ, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି…..