Report Card Odisha

| Daily Odia News

ଆଇସିୟୁରେ ଗାୟିକା ଲତା ମଙ୍ଗେଶକର……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗାୟିକା ଲତା ମଙ୍ଗେଶକର ଗୁରୁତର ଅବସ୍ଥାରେ ଆଇସିୟୁରେଚିକିତ୍ସା ହେଉଛନ୍ତି । ଲାତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ରହିଥିବା ନେଇ ଡାକ୍ତର ପ୍ରତାପ ସମଦାନୀ ସୂଚନା ଦେଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଠିକ୍‍ ହୋଇନଥିବାରୁ ବର୍ତ୍ତମାନ ତାଙ୍କୁ ଭେଟିବାକୁ କାହାକୁ ଅନୁମତି ଦିଆଯାଉନାହିଁ । ଗୋଟିଏ ସପ୍ତାହରୁ ଅଧିକ ସମୟ ହେଲାଣି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଲତା । ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥଶରେ କୌଣସି ପରିବର୍ତ୍ତନ ଆସିନାହିଁ । ତେଣୁ ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଲତା ସାତ ଦଶନ୍ଧି ଧରି ବିଭିନ୍ନ ଗୀତ ଗାଇ ଆସିଛନ୍ତି । ୩୦ ହଜାରରୁ ଅଧିକ ଗୀତରେ ତାଙ୍କର କଣ୍ଠଦାନ କରିଛନ୍ତି ଲତା । ସେ ସର୍ବଶ୍ରେଷ୍ଠ ପ୍ଲେ ବ୍ୟାକ୍‍ ଗାୟିକା ଭାବରେ ପରିଗଣିତ । ଲତା ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୧୫ ବଙ୍ଗଳା ଚଳଚ୍ଚିତ୍ର ସାମ୍ବାଦିକ ସଂଘ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି ।

Breaking News