ରାୟଗଡ: ପଶୁ ପାଲଟିଲା ମଣିଷ । ନିଷ୍ଠୁରତା ସବୁ ସୀମା ପାର କଲା ମଣିଷ । ଗାଈକୁ ଆମେ ଗୋ’ମାତା ରୂପେ ପୂଜାକରୁ ।ସେ ଆମକୁ କ୍ଷୀରଠୁ ଆରମ୍ଭ କରି ବହୁ କ୍ଷୀର ଜାତୀୟ ଦ୍ରବ୍ୟ ପ୍ରଦାନ କରେ । କିନ୍ତୁ ମହାରାଷ୍ଟ୍ରର ରାୟଗଡାରେ ଏକ ନିନ୍ଦନୀୟ ଘଟଣା ସମ୍ନାକୁ ଆସିଛି । ଏଠାରେ ତୈଫିକ୍ ବଶିର ମୁଜାୱାରି ନାମକ ଜଣେ ଫଳ ଦୋକାନୀ ଭୁଲି ଗଲା ମଣିଷ ପଣିଆ । ଫଳ ଦୋକାନୀ ଗାଈର ପେଟରେ ଛୁରୀ ଭୁଶି ଦେଇଛି । କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟଏ ଅମୃତଭଣ୍ଡା ଖାଇ ଦେଇଥିବାରୁ ତୈଫିକ୍ ବଶିର ମୁଜାୱାରି ଏପରି ଅମଣିଷ କାମ କରିଛି । ସୂଚନା ଅନୁଯାୟୀ ରାସ୍ତାରେ ବୁଲୁଥିବା ଗାଈ ମୁଜାୱାରିଙ୍କ ଦୋକାନରେ ପ୍ରବେଶ କରି ଅମୃତଭଣ୍ଡା ଖାଇଦେଇଥିଲା । ଦୋକାନୀ ଜଣଙ୍କ ରାଗରେ ଉତ୍ତେଜିତ ହୋଇ ଗାଈର ପେଟରେ ଛୁରୀ ଭୁଶି ପେଟରୁ ଅମୃତଭଣ୍ଡା ବାହାର କରିଥିଲା । ଗାଈ ପେଟରୁ ଅମୃତଭଣ୍ଡା ବାହାର କରିବା ପରେ ନିଜ ଦୋକାନରେ କିଛି ନଜାଣିଲା ପରି ବସିଗଲା ଦୋକାନୀ। ସ୍ଥାନୀୟ ଲୋକେ ଗାଈ ଶରୀରରୁ ରକ୍ତ ବାହାରୁଥିବା ଦେଖି ତାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲ ନେଇଥଲେ। ଆଉ ଏବେ ଗାଈର ଚିକିତ୍ସା ଚାଲିଛି। ଗାଈର ମାଲିକ ଅଭିଯୋଗ କ୍ରମେ ପୋଲିସ ବାଶୀର ମୁଜାୱରକୁ ଗିରଫ କରିଛି । ଅଦାଲତରେ ମାମଲାର ଶୁଣାଣୀ ପରେ ବାଶୀରକୁ ଜେଲ ପଠାଇ ଦିଆଯାଇଛି । ବଶିରର ଏଭଳି କାଣ୍ଡକୁ ନେଇ ସମସ୍ତେ ହତବାକ। ଏପଟେ ଗାଈର ଅବସ୍ଥା ବହୁତ ସଙ୍କଟାପନ୍ନ ରହିଛି।





More Stories
ଇସ୍ତଫା ଦେଲେ ବିଟ୍ରିଶ ପ୍ରଧାନମନ୍ତ୍ରୀ…..
ଭାରତକୁ ପାକିସ୍ତାନର ଯୁଦ୍ଧ ଧମକ…..
ହଟିବନି ଟେଲିଗ୍ରାମ ବ୍ୟାନ…..