ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭଦ୍ରକ ଉପକାରାଗାର ଭିତରେ ଟିଆଇ ପରେଡ ଚାଲିଥିବା ବେଳେ ମାନସ ହତ୍ୟାକାଣ୍ଡର ସମସ୍ତ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି ୩ ସାକ୍ଷୀ। ଏନେଇ ଆଜି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ଟିଆଇ ପରେଡ ପାଇଁ ବହୁ ପୂର୍ବରୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ବେଳେ ଏବେ ତାହା ସମ୍ଭବ ହୋଇପାରିଛି। ଗିରଫ ୫ ଅଭିଯୁକ୍ତ ଶର୍ମିଷ୍ଠା, ଝୁନା, ବିବେକ, ଭାଗ୍ୟଧର ଓ ରାଜଙ୍କୁ ନେଇ ଆଜି ଭଦ୍ରକ ଉପକାରାଗାରରେ ଟିଆଇ ପରେଡ୍ କରାଯାଇଛି । ତିନି ଜଣ ସାକ୍ଷୀ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି । ଜେଏମ୍ଏଫସିଙ୍କ ଉପସ୍ଥିତିରେ ଏହି ପରେଡ଼ କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..