Report Card Odisha

| Daily Odia News

ଭୋଟ ଗ୍ରହଣ ବେଳେ ଗୁଳିକାଣ୍ଡ,ଦୌଡ଼ିଲେ ମତଦାତା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭୋଟ୍‌ ଚାଲିଥିବା ବେଳେ ମଣିପୁରର ମୋଇରଙ୍ଗ ବିଧାନସଭାର ଥାମାନପୋକପିର ଏକ ମତଦାନ କେନ୍ଦ୍ର ନିକଟରେ ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି । ଏହି ଗୁଳିକାଣ୍ଡରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଆରମ୍ଭ ହୋଇଥିବା ବେଳେ ଏହି ଗୁଳି ବିନିମୟ ଭୋଟରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଳି ବିନିମୟ ମଧ୍ୟରେ ଲୋକମାନେ ମତଦାନ ବୁଥରୁ ଦୌଡ଼ିକି ବାହାରକୁ ପଳାଉଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଣିପୁର ଲୋକସଭା ଆସନ ଏବଂ ବାହ୍ୟ ମଣିପୁରର କିଛି ଅଂଶରେ ମତଦାନ ହୋଇଥିଲା। ଏହାରି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଲୁୱାଙ୍ଗସଙ୍ଗବାମ ମମଙ୍ଗ ଲାଇକାଇରେ ଭୋଟ୍ ଦେଇଛନ୍ତି। ସେ ରାଜ୍ୟର ଆଦିବାସୀମାନଙ୍କୁ ସୁରକ୍ଷା ଦେବାକୁ ଓ ଏହାର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବା ପାଇଁ ଲୋକଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ। ବିରେନ ସିଂ କହିଛନ୍ତି ଯେ ‘‘ମୁଁ ମଣିପୁରବାସୀଙ୍କୁ ଭୋଟ୍ ଦେବାକୁ ତଥା ରାଜ୍ୟର ଆଦିବାସୀଙ୍କୁ ବଞ୍ଚାଇବାକୁ ତଥା ରାଜ୍ୟର ଅଖଣ୍ଡତା ରକ୍ଷା କରିବାକୁ ଏବଂ ଶୀଘ୍ର ଶାନ୍ତି ଆଣିବାକୁ ନିବେଦନ କରିବାକୁ ଚାହୁଁଛି।’’

Breaking News