ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ତାତ୍ସଲ୍ୟ କରିଛନ୍ତି। ସେ ଆକ୍ଷେପ କରି କହିଛନ୍ତି, ମନ୍ତ୍ରୀଙ୍କ ସଂଖ୍ୟା ତ ବଢିଗଲା ହେଲେ କୋଭିଡ୍ ଟିକା ବଢିଲାନି। ସେ ପ୍ରତିଦିନ ଦେଶରେ ଜାରି ଟିକାକରଣର ତଥ୍ୟ ପ୍ରଦାନ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ଯେ, ୨୦୨୧ ସୁଦ୍ଧା ସମସ୍ତ ସାବାଳକଙ୍କ ଟିକାକରଣ ଲକ୍ଷ୍ୟ ବହୁତ ଦୂରରେ ରହିଛି। ରାହୁଲ ଗାନ୍ଧୀ ଟ୍ଵିଟ୍ କରି କହିଛନ୍ତି, ମନ୍ତ୍ରୀଙ୍କ ସଂଖ୍ୟା ବଢିଗଲା, ହେଲେ ଭ୍ୟାକ୍ସିନ ଉତ୍ପାଦନ ବଢିଲା ନାହିଁ। ସେ ଏହା ମଧ୍ୟ ହ୍ୟାସଟାଗ କରିଛନ୍ତି ଯେ, ‘ଟିକା କାହିଁ’ ? କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ମନ୍ତ୍ରିମମଣ୍ଡଳରେ ୪୩ ମନ୍ତ୍ରୀଙ୍କ ସାମିଲ ପରେ ରାହୁଲ ଗାନ୍ଧୀ ଏହିପରି ଟିପ୍ପଣୀ କରିଛନ୍ତି। ବର୍ତ୍ତମାନ କେନ୍ଦ୍ରର ମନ୍ତ୍ରୀ ପରିଷଦରେ ମନ୍ତ୍ରୀଙ୍କ ସଂଖ୍ୟା ଏବେ ୭୭କୁ ବୃଦ୍ଧି ଘଟିଛି। ରାହୁଲ ଗାନ୍ଧୀ ଯେଉଁ ତଥ୍ୟ ସାମ୍ନାରେ ରଖିଛନ୍ତି, ସେଥିରେ କୋଭିଡ୍-୧୯ର ସମ୍ଭାବିତ ତୃତୀୟ ଲହର ରୋକିବା ପାଇଁ କେନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ବାସ୍ତବରେ ବହୁ ଦୂରରେ ଥିବା ସେ ଦର୍ଶାଇଛନ୍ତି। ରାହୁଲଙ୍କ ତଥ୍ୟ ଅନୁଯାୟୀ, ୨୦୨୧ ଡିସେମ୍ବର ସୁଦ୍ଧା ଦେଶର ୬୦ ପ୍ରତିଶତ ଜନସଂଖ୍ୟାଙ୍କ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଲକ୍ଷ୍ୟ ହାସଲ ପାଇଁ ପ୍ରତିଦିନ ୮୮ ଲକ୍ଷ ଡୋଜର ଆବଶ୍ୟକତା ରହିଛି। କିନ୍ତୁ ରାହୁଲଙ୍କ ତଥ୍ୟ ଏହା ଇଙ୍ଗିତ କରୁଛି ଯେ, ସଂପ୍ରତି ଗତ ସାତ ଦିନରେ ଦେଶରେ ପ୍ରତିଦିନ ୩୪ ଲକ୍ଷ ଲୋକଙ୍କ ଟିକାକରଣ କରାଯାଇଛି। ଯାହା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟଠୁ ୫୪ ଲକ୍ଷ କମ୍। ଚାର୍ଟ ଅନୁଯାୟୀ, ଜୁଲାଇ ୧୦ରେ ୩୭ ଲକ୍ଷ ଲୋକଙ୍କ ଟିକାକରଣ ହୋଇଛି, ଯାହା ଲକ୍ଷ୍ୟଠୁ ୫୧ ଲକ୍ଷ ଡୋଜ୍ କମ। ଏପରିକି ଜୁଲାଇ ୧୦ରେ ୩୭ ଲକ୍ଷ୍ୟ ଲୋକଙ୍କ ଟିକାକରଣ ହୋଇଥିଲା, ଯାହା ଲକ୍ଷ୍ୟଠୁ ୫୧ ଲକ୍ଷ ଡୋଜ୍ କମ ଥିଲା।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……