ରିପୋର୍ଟ କାର୍ଡ / ମାଲକାନଗିରି
ଛତିଶଗଡ଼ ବିଜାପୁରର ଭୈରବମଡ଼ ଥାନା କେଶମୁଣ୍ଡା ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଘରେ ପଶି ଯୁବକଙ୍କୁ ଟଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ । ଘଟଣାଟି ଘଟିଛି ଛତିଶଗଡ଼ ବିଜାପୁରର ଭୈରବମଡ଼ ଥାନା କେଶମୁଣ୍ଡା ଗାଁରେ। ମାଓବାଦୀଙ୍କ ଦ୍ୱାରା ହତ୍ୟା କରଯାଇଥିବା ଯୁବକଙ୍କ ବୟସ ହେଉଛି ୪୧ ବର୍ଷ। ମାଓବାଦୀଙ୍କ ବିରୋଧରେ ସେ ପୋଲିସକୁ ସୂଚନା ଦେଉଥିବା ନେଇ ମାଓବାଦୀଙ୍କୁ ଖବର ମିଳିଥିଲା । ଏହାକୁ ନେଇ ଘରେ ପଶି ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ତେବେ ସତରେ ମୃତ ଯୁବକ ପୋଲିସକୁ ଖବର ଦେଉଥିଲେ କି ନାହିଁ ତାର କୌଣସି ସୂଚନା ମିଳି ନାହିଁ ।






More Stories
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……
ସେତୁ ବନ୍ଧନ ଯୋଜନାରେ ହେବ ୩,୧୬୭ଟି ସେତୁ…..
ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା…..