ରିପୋର୍ଟ କାର୍ଡ / ଭୁବନେଶ୍ୱର
ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ହେବ ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନ। ମାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ବୋର୍ଡ ଅନୁମୋଦନ କରିଛନ୍ତି । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ ସେହିଭଳି ଦଶମର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପ୍ରାକ୍ଟିସ୍ ପରୀକ୍ଷାରେ ପିଲା ରଖିଥିବା ମାର୍କକୁ ମଧ୍ୟ ବିଚାରକୁ ନିଆଯିବ। ନବମର ୪୦ ପ୍ରତିଶତ ମାର୍କକୁ ଗୁରୁତ୍ୱ ଦିଆଯିବ। ପିଲା ଦଶମରେ କୌଣସି ପରୀକ୍ଷା ଦେଇ ନଥିଲେ ନବମ ଶ୍ରେଣୀର ମାର୍କକୁ ବିଚାର କରାଯିବ। ଦଶମରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦ ପ୍ରତିଶତକୁ ଗୁରୁତ୍ୱ ମିଳିବ। ରେଜଲ୍ଟ ପ୍ରସ୍ତୁତି ପାଇଁ ୨ ହଜାର ୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଘୋଷଣା କରାଯାଇଛି। ଏହାସହ ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ସବୁ ସ୍କୁଲର ମାର୍କ ଅପ୍ଲୋଡ୍ କରିବେ। ବିଷୟ ଅନୁସାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ନମ୍ବର ଅପ୍ଲୋଡ୍ କରାଯିବ ନେଇ ସୂଚନା ଜାରି ହୋଇଛି। ଏହିମାସ ୨୪ରୁ ୩୧ ମଧ୍ୟରେ ପ୍ରଧାନ ଶିକ୍ଷକ ମାର୍କ ଅପଲୋଡ୍ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। ନମ୍ବରକୁ ନେଇ କେହି ସନ୍ତୁଷ୍ଟ ନ ହେଲେ ପରେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ମହାମାରୀ ସ୍ଥିତିରେ ସୁଧାର ପରେ ଅଫଲାଇନ୍ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ତେବେ ରାଜ୍ୟର ସବୁ ବୋର୍ଡ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀ ସ୍ଥିତିରେ ଉନ୍ନତି ଆସିଲେ ପରୀକ୍ଷା ନେଇ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ହେବ ବୋଲି କହିଥିଲେ ନବୀନ। ଏହାସହ ନବମ ଓ ଏକାଦଶ ପିଲା ସିଧା ଦଶମ ଓ ଦ୍ୱାଦଶକୁ ଉଠିବେ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ ବନ୍ଦ କରାଯିବାକୁ ଘୋଷଣା ହୋଇଛି। କରୋନା ପାଇଁ ବର୍ତ୍ତମାନ ସମୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସ୍ଥିତି ସୁଧୁରିଲେ ପୁଣି ଥରେ ସ୍ୱାଭାବିକ ଭାବରେ ପାଠପଢା ହେବ।
More Stories
ଭିକାରିମୁକ୍ତ ହେବ ରାଜ୍ୟ,କଟକରେ ସର୍ବାଧିକ…..
କଟକରେ ମହିଳାଙ୍କୁ ଗଳାକାଟି ହତ୍ୟା…..
୧୯ରୁ ରାଜ୍ୟରେ ବର୍ଷା ସମ୍ଭାବନା…..