ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ରେଜଲ୍ଟକୁ ନେଇ ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ଥିଲେ ପରୀକ୍ଷା ଦେଇପାରିବେ | କିନ୍ତୁ ବୋର୍ଡ ପକ୍ଷରୁ ସର୍ତ୍ତାବଳୀ ଲାଗୁ କରାଯାଇଛି | ବିନା ପରୀକ୍ଷାରେ ପ୍ରକାଶିତ ରେଜଲ୍ଟକୁ ଚ୍ୟାଲେଞ୍ଜ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବାକୁ ଚାହୁଁଥିଲେ ସମସ୍ତ ବିଷୟରେ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ନିୟମ ରଖାଯାଇଛି । କୌଣସି ପରୀକ୍ଷାର୍ଥୀ ଚାହିଁଲେ ନିଜ ଇଚ୍ଛାରେ ନିର୍ଦ୍ଦିଷ୍ଟ କିଛି ବିଷୟରେ ପରୀକ୍ଷା ଦେଇପାରିବେ ନାହିଁ । ପରୀକ୍ଷା ପାଇଁ ଆବେଦନ କରୁଥିବା ପରୀକ୍ଷାର୍ଥୀଙ୍କୁ ସାହିତ୍ୟ, ଇଂରାଜୀ, ହିନ୍ଦୀ/ସଂସ୍କୃତ, ଗଣିତ, ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସମସ୍ତ ୬ଟି ଯାକ ବିଷୟରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଉକ୍ତ ପରୀକ୍ଷାରେ ଯାହା ଫଳାଫଳ ବାହାରିବ ତାହାହିଁ ଚୂଡ଼ାନ୍ତ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି |
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..