ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାରା ବିଶ୍ୱ କରୋନା କବଳିତ ଥିବାବେଳ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟୀକା ଏକମାତ୍ର ମାଧ୍ୟମ | ସମସ୍ତଙ୍କର ଟିକାକୁ ନେଇ ବିଶ୍ୱାସ ଆଉ ଭରସା | କିନ୍ତୁ ଏବେ ମେଡ୍ ଇନ୍ ଚାଇନା କରୋନା ଟିକା ସିନୋଭାକ୍ ନେବା ପରେ ଗୁରୁତର ହୋଇଛନ୍ତି ଇଣ୍ଡୋନେସିଆର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ । ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ନିୟୋଜିତ ଥିଲେ। ଏମିତିକି କିଛି ଡାକ୍ତରଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ ସିନୋଭାକ ନେବାର ଡବଲ ଡୋଜ ନେବା ପରେ ଏଯାବତ ୨୦ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଛି। ଖାଲି ଏତିକି ନୁହେଁ ୫ ମାସ ପୂର୍ବରୁ ଟିକା ନେବା ପରେ ୩୧ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ କେଉଁ କାରଣ ପାଇଁ ମୃତ୍ୟୁ ଘଟିଛି ସେ ନେଇ ଏବେ ଇଣ୍ଡୋନେସିଆ ସରକାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଆମେରିକାର ଏହି ଅଗ୍ରଣୀ ଖବରକାଗଜର ରିପୋର୍ଟ ଅନୁଯାୟୀ ସିନୋଭାକ୍ ଟିକା ନେବା ପରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଜାଭା ସହରରେ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମଚାରୀ ଭାବରେ କାମ କରୁଥିବା ଡାକ୍ତର ସୁହେଁନ୍ଦ୍ରୋ ସସ୍ତ୍ରୋବିଭୋଓ ରହିଛନ୍ତି। ସେ ଟିକାର ଡବଲ ଡୋଜ ନେଇଥିଲେ କିନ୍ତୁ ଜୁନ୍ ୧୮ରେ ସେ ସଂକ୍ରମିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ଉକ୍ତ ସହରରେ ଟିକା ଉଭୟ ଡୋଜ ନେବା ପରେ ଦୁଇ ନର୍ସ ଏବଂ ବିଶେଷଜ୍ଞଙ୍କର ଚଳିତ ମାସରେ ମୃତ୍ୟୁ ଘଟିଛି। କେବଳ ଇଣ୍ଡୋନେସିଆ ନୁହେଁ ଚାଇନାର ଟିକା ଉପରେ ନିର୍ଭରଶୀଳ ମୋଙ୍ଗୋଲିଆ, ସେଚେଲ୍ସ ଏବଂ ବାହାରିନ ଭଳି ଅନ୍ୟ ଦେଶରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପୁଛି। ଯଦିଓ ଇଣ୍ଡୋନେସିଆର ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ ଚାଇନାର ଟିକାକରଣର ପ୍ରଭାବ ବିଷୟରେ ଏକ ଅଧ୍ୟୟନ କରାଯାଇଛି, କିନ୍ତୁ ଡେଲଟା ଭାରିଆଣ୍ଟର ପ୍ରଭାବ ବାବଦରେ ଗବେଷଣା କରାଯାଇ ନାହିଁ। ଭାରତରେ ଚିହ୍ନଟ ହୋଇଥିବା ଡେଲଟା ଭାରିଆଣ୍ଟ ଏବେ ୭୦ରୁ ଅଧିକ ଦେଶକୁ ବ୍ୟାପିଛି। ଜାଭାସ୍ଥିତ ଏକ ସହରରେ ଦୁଇ ସପ୍ତାହ ତଳେ ୩୫୮ ସ୍ୱାସ୍ଥ୍ୟ କର୍ମୀ ସିନୋଭାକର ଡବଲ ଡୋଜ୍ ନେଇଛନ୍ତି। ଏହାପରେ ସେମାନେ କୋଭିଡରେ ସଂକ୍ରମିତ ହୋଇଛନ୍ତି। ଯଦିଓ ଜାନୁଆରୀରୁ ଟିକାକରଣ ଅଭିଯାନ ଇଣ୍ଡୋନେସିଆରେ ଆରମ୍ଭ ହୋଇଛି ହେଲେ ଏଯାବତ ମୋଟ୍ ଜନସଂଖ୍ୟାର ୫ ପ୍ରତିଶତ ଟିକା ନେଇଛନ୍ତି। ମୋଟ୍ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଚାଇନାର ସିନୋଭାକ୍ ଟିକା ଦିଆଯାଇଛି।





More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……