ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ବର୍ଷ ହେବନି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ବିନା ମାଟ୍ରିକ ପରୀକ୍ଷାରେ ମୂଲ୍ୟାୟାନ କରାଯାଇ ବୋର୍ଡ ରେଜଲ୍ଟ ଘୋଷଣା କରିବା ପରେ ଏଥର ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ନାହିଁ ବୋଲି ଘୋଷଣା କରିଛି ବୋର୍ଡ । ନମ୍ବରରେ ଅସନ୍ତୁଷ୍ଟ, ଫେଲ୍ ହୋଇଥିବା ଏବଂ ଫର୍ମ ପୂରଣ କରିପାରିବା ନଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିକଳ୍ପ ପରୀକ୍ଷା ବ୍ୟବସ୍ଥା କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିବାରୁ ଚଳିତ ବର୍ଷ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ବୋର୍ଡ ପକ୍ଷରୁ ବାତିଲ୍ କରାଯାଇଛି । ଅନ୍ୟପକ୍ଷରେ ଉକ୍ତ ବିକଳ୍ପ ପରୀକ୍ଷା ପ୍ରାୟତଃ ଅଗଷ୍ଟ ମାସ ଶେଷ ସୁଦ୍ଧା ସାରିବା ପାଇଁ ସରକାର ନିଷ୍ପତ୍ତି ନେବାର ଯୋଜନା କରୁଥିବା ନେଇ ରହିଛି । ଏପରିସ୍ଥିତିରେ ସପ୍ଲିମେଣ୍ଟରୀ ପରୀକ୍ଷା ପାଇଁ ବୋର୍ଡ ପାଖରେ ସମୟ ସୁଯୋଗ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷା ନହେଲେ ମଧ୍ୟ ଚଳିତ ହାଇସ୍କୁଲ୍ ସାର୍ଟିଫିକେଟ୍ରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୫ ରେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଫର୍ମପୂରଣ କରି ପରୀକ୍ଷା ଦେଇପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..