ରିପୋର୍ଟ କାର୍ଡ / ମୟୁରଭଞ୍ଜ
ଶିମିଳିପାଳ ପୋଡ଼ାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀ ଧରିଛି ବନ ବିଭାଗ ଟିମ୍ । ଗିରଫ ଶିକାରୀଙ୍କ ନାଁ ଅନ୍ତରା ସିଂ । ତାଙ୍କ ନିକଟରୁ ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ ବନ୍ଧୁକ ଓ କୁରାଢ଼ୀ ଜବତ ହୋଇଛି । ନିଆଁ ଲଗାଉଥିବା ବେଳେ ତାଙ୍କୁ ଧରିଛି ବନ ବିଭାଗ । ତାଙ୍କୁ ପଚରାଉଚରା କରାଯାଉଛି । ଗତ କିଛି ଦିନ ହେବ ଜଳୁଛି ଶିମିଳିପାଳ। ଓଡ୍ରାଫ, ଅଗ୍ନିଶମ ବାହିନୀ ସହ ବନ ବିଭାଗ ଟିମ୍ ନିଆଁ ଲିଭାଇବ ପାଇଁ ହନ୍ତସନ୍ତ ହେଲେଣି | ଏଭଳି ପରିସ୍ଥିତିରେ ସମସ୍ତ ବନବିଭାଗ କର୍ମଚାରୀଙ୍କ ଛୁଟିକୁ ସରକାର ବାତିଲ କରିଛନ୍ତି| ଗତକାଲି ଶିମିଳିପାଳରେ ବର୍ଷା ପରେ ଜଙ୍ଗଲ ନିଆଁ ଆୟତ୍ତକୁ ଆସିଛି । ଜଙ୍ଗଲ ନିଆଁରୁ ୯୫ ପ୍ରତିଶତ ମନୁଷ୍ୟକୃତ ହୋଇଥିବା ବେଳେ ୫ ପ୍ରତିଶତ ପ୍ରାକୃତିକ କାରଣରୁ ଲାଗିଥାଏ ।






More Stories
ଧର୍ମେନ୍ଦ୍ରଙ୍କ ଇସ୍ତଫା;ମୁହଁ ଖୋଲିଲେ ଅଭିଜିତ ଦିପ୍କେ…..
ପ୍ରଶାସନିକ କ୍ଷେତ୍ରରେ ଅଦଳବଦଳ: ଉଚ୍ଚଶିକ୍ଷା ସଚିବ ନରେଶ ପାଲ ଗଙ୍ଗୱାର…..
ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ…..