Report Card Odisha

| Daily Odia News

ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତ। ସୂଚନାଯୋଗ୍ୟ, ଗତକାଲି ନନ୍ଦିଗ୍ରାମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ନିର୍ବାଚନ ପୂର୍ବରୁ ନାମାଙ୍କନ କରିବା ପାଇଁ ନନ୍ଦିଗ୍ରାମ ଯାଇଥିଲେ ମମତା। ଅପରାହ୍ନରେ ସେ ଆହତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ନନ୍ଦୀଗ୍ରାମରେ ଆହତ ହୋଇ ‘ଏସ୍ଏସ୍କେଏମ୍ ହସ୍ପିଟାଲ୍’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି। ‘ଆଇପିଜିଏମ୍ଆର୍ ଆଣ୍ଡ୍ ଏସ୍ଏସ୍କେଏମ୍’ର ଡାକ୍ତର ଏମ୍. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି। ତାଙ୍କର ଡାହାଣ କାନ୍ଧ, ବାହୁ ଓ ବେକରେ ମଧ୍ୟ ଆଘାତ ଲାଗିଛି। ଅଘଟଣ ପରଠାରୁ ଛାତିରେ ଯନ୍ତ୍ରଣା ହେବା ସହ ଅଣନିଃଶ୍ୱାସୀ ଲାଗୁଥିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯିବ। ପ୍ରାପ୍ତ ସୂଚନା ଅନୁସାରେ, ନ୍ୟୁରୋଲୋଜିକାଲ୍ ଟେଷ୍ଟ୍ ଓ ବାମ ପାଦ ଏକ୍ସ-ରେ କରାଯିବା ସମେତ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କର ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ପରୀକ୍ଷା କରାଯାଇଛି। ‘ଏମ୍ଆର୍ଆଇ’ ଲାଗି ବିଳମ୍ବିତ ରାତ୍ରୀରେ ତାଙ୍କୁ ‘ଏସ୍ଏସ୍କେଏମ୍’ର ‘ବାଙ୍ଗୁର ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋସାଇନ୍ସେସ୍’କୁ ନିଆଯାଇଥିଲା। ତାଙ୍କର ଗୋଡ଼ ଫୁଲି ଦରଜ ହୋଇଥିବା କୁହାଯାଉଛି।

Breaking News