Report Card Odisha

| Daily Odia News

ଖାକି ପୋଷାକ ତଳେ ହଜିଗଲା ମାନବିକତା, ଗର୍ଭବତୀଙ୍କୁ ଚଲାଇ ନିଲମ୍ବିତ ହେଲେ OIC ରିନା ବକ୍ସଲା….

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ଖାକି ପୋଷାକ ତଳେ ହଜିଗଲା ମାନବିକତା। ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇଲେ। ଜଣେ ମହିଳା ହୋଇ ବି ବୁଝି ପାରିଲେନି ଗର୍ଭବତୀଙ୍କ କଷ୍ଟ। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଏସ୍‌ପି। ଶରତ ଥାନା ଅଧିକାରୀ ରିନା ବକ୍ସଲା ଜଣେ ଗର୍ଭବତୀଙ୍କୁ ନିର୍ଦ୍ଦୟ ଭାବେ ୩ କିଲୋମିଟର ଚଳାଇବା ଘଟଣାରେ ଏସପି ସ୍ମିଥ ପି. ପାରମାର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ରବିବାର ହେଲମେଟ୍‍ ଚେକିଂ ଚାଲିଥିବା ବେଳେ ବାଇକରେ ଯାଉଥିବା ଏକ ଦମ୍ପତି ଧରା ପଡିଥିଲେ। ବାଇକ୍‍ ଚଳାଉଥିବା ସ୍ୱାମୀ ହେଲମେଟ୍‍ ପିନ୍ଧିଥିଲେ ମଧ୍ୟ ୮ ମାସର ଗର୍ଭବତୀ ଥିବା ତାଙ୍କ ପତ୍ନୀ ହେଲମେଟ୍‍ ପିନ୍ଧି ନଥିଲେ। ଏ ନେଇ ଯାହାକୁ ନେଇ ଶରତ ଥାନା ଅଧିକାରୀ ରିନା ବକ୍ସଲା ସମ୍ପୃକ୍ତ ମହିଳାଙ୍କୁ ୩ କି.ମି. ଚଲାଇଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ, ଶରତ ଥାନା ଅନ୍ତର୍ଗତ ନୋଟ ପଚାଂୟତର ଆଦିବାସୀ ଜନଜାତି ହୋ ସମ୍ପ୍ରଦାୟର ବିକ୍ରମ ବିରୁଲି ୮ ମାସର ଗର୍ଭବତୀ ଥିବା ତାଙ୍କ ପତ୍ନୀ ଗୁରୁବାରୀ ବିରୁଲିଙ୍କୁ ବାଇକ୍‍ ଯୋଗେ ଉଦଳା ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ନେଉଥିଲେ। ବିକ୍ରମ ମୁଣ୍ଡରେ ହେଲମେଟ ଓ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ମୁହଁରେ ମାସ୍କ ପିନ୍ଧିଥିଲେ। ହେଲେ ପତ୍ନୀ କାହିଁକି ହେଲମେଟ ପିନ୍ଧି ନାହାଁନ୍ତି ବୋଲି ପ୍ରଶ୍ନ କରିବା ସହ ପୋଲିସ ରସିଦ୍‍ କାଟିଥିଲା। ପାଖରେ ଏତେ ଟଙ୍କା ନଥିବାରୁ ଅନ୍‍ ଲାଇନ୍‍ ମାଧ୍ୟମରେ ଜୋରିମାନା ବାବଦ ଅର୍ଥ ପୈଠ କରିବା ନିମନ୍ତେ ବିକ୍ରମ ପୁଲିସକୁ ଅନୁରୋଧ କରିଥିଲେ। ହେଲେ ସଂଗେ ସଂଗେ ଜୋରିମାନା ଅର୍ଥ ଦେବାକୁ ଥାନା ଅଧିକାରୀ ରିନା ବକ୍ସଲା ଧମକ ଦେବା ସହ ଟଙ୍କା ନଦେଲେ ଗାଡ଼ି ଛଡାଯିବ ନାହିଁ ବୋଲି କହିଥିଲେ। ଏହି ଘଟଣାକୁ ନେଇ ପୁଲିସ ଓ ବିରୁଲିଙ୍କ ମଧ୍ୟରେ କଥା ଯୁକ୍ତିତର୍କ ହୋଇଥିଲା। ପରେ ପୁଲିସ ଅଧିକାରୀଜଣଙ୍କ ଗର୍ଭବତୀ ମହିଳାଙ୍କୁ ରାସ୍ତାରେ ଛାଡି ତାଙ୍କ ସ୍ୱାମୀକୁ ଥାନାରେ ୪ ଘଂଟା ଅଟକ ରଖିବା ସହ ବାଇକ୍‍ ଓ ମୋବାଇଲ୍‍ ଛଡାଇ ନେଇଥିଲେ। ତେଣୁ ଗୁରୁବାରୀ ୩ କିମି ଚାଲି ଚାଲି ଥାନାରେ ପହଂଚିଥିଲେ। ସେହି ଦମ୍ପତି ଏସଡ଼ିପିଓଙ୍କୁ ଘଟଣା ବାବଦରେ ଅଭିଯୋଗ କରିବା ପରେ ଏସପି ଶ୍ରୀ ପାରମାର ସମ୍ପୃକ୍ତ ଥାନା ଅଧିକାରିଣୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

Breaking News