ରିପୋର୍ଟ କାର୍ଡ / ବଲାଙ୍ଗୀର
ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ଏମ୍ବିବିଏସ୍ ପ୍ରଥମ ବର୍ଷର ଛାତ୍ର ନିଶାନ୍ତ କୁମାର। ତାଙ୍କ ଘର ହରିଆଣାରେ ବୋଲି ଜଣା ପଡିଛି । ନିଶାନ୍ତ କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସେ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ। କିନ୍ତୁ ସେଠାରେ ସେ କେମିତି ଛାତରୁ ପଡ଼ିଗଲେ ତାହା ଜଣାପଡିନାହିଁ । ନିଶାନ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….