Report Card Odisha

| Daily Odia News

ଇଞ୍ଜିନିୟର ସ୍ୱାମୀ କୁ ଛାଡି ଡ୍ରାଇଭର ସହ ସମ୍ପର୍କ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସ୍ବାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ସୁପାରୀ କିଲରକୁ ଟଙ୍କା ଦେଇଥିଲେ ମହିଳା | ଭୁବନେଶ୍ୱର ସୁନ୍ଦରପଦାର ଏକ ଆପାର୍ଟମେଣ୍ଟରେ ଡ୍ରାଇଭରଙ୍କ ସହ ଉକ୍ତ ମହିଳା ରହୁଥିବା ଜଣାପଡ଼ିଛି । ଗିରଫ ଡ୍ରାଇଭର ଅଶୋକ ସାହୁଙ୍କୁ ସ୍ବାମୀ ପରିଚୟ ଦେଇ ସେ ସେଠାରେ ରହୁଥିଲେ ବୋଲି ଜଣାପଡ଼ିଛି । ପ୍ରତିଦିନ ଆର୍ଟମେଣ୍ଟରେ ରହୁଥିବା ଘରକୁ ୨ ରୁ ୩ ଜଣ ଆସୁଥିଲେ । ପୋଲିସ ଆଜି ସମ୍ପୃକ୍ତ ଘରେ ଚଢ଼ାଉ କରିଛି । ପୋଲିସ ଆସିବା ପୂର୍ବରୁ ମହିଳା ଜଣଙ୍କ ଚମ୍ପଟ ମାରିଥିଲେ । ସୂଚନା ଅନୁସାରେ- ରେଲ୍‌ୱେର ସିନିୟର ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କ ପତ୍ନୀ ଡ୍ରାଇଭର ପ୍ରେମରେ ପଡ଼ି ନିଜ ମଥାର ସିନ୍ଦୁର ପୋଛିବା ପାଇଁ ନିଜେ ରଚିଥିଲେ ସାଂଘାତିକ ଷଡଯନ୍ତ୍ର । ସ୍ବାମୀଙ୍କୁ ସବୁଦିନ ପାଇଁ ରସ୍ତାରୁ ହଟାଇବା ପାଇଁ ୧ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲା ସ୍ତ୍ରୀ । ଏନେଇ ମଞ୍ଚେଶ୍ବର ଥାନାରେ ଇଞ୍ଜିନିୟର ସ୍ବାମୀ ଏତଲା ଦେଇଛନ୍ତି । ପରେ ପୋଲିସ୍‌ ଏନେଇ ଗତକାଲି ଡ୍ରାଇଭରକୁ ଗିରଫ କରିଛି । ହେଲେ ସ୍ତ୍ରୀ ଓ ସୁପାରୀ କିଲର ଫେରାର ହୋଇଯାଇଥିବା ଜଣାପଡିଛି ।

Breaking News