ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା କାଲିଠାରୁ ୧୯ ତାରିଖ ଯାଏଁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା ହୋଇଛି | ଏହି ସମୟରେ ବନ୍ଦ ରହିବ ମୋ ବସ୍ ସେବା ।କିନ୍ତୁ ରାଜ୍ୟବ୍ୟାପୀ ଲକଡାଉନ ପୂର୍ବରୁ ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। କ୍ରୁଟ୍ ପକ୍ଷରୁ ଭୁବନେଶ୍ୱର, କଟକ ଏବଂ ପୁରୀରେ ମୋ ବସ୍ ସେବା ଚଳାଚଳ ହୋଇଥାଏ । ତେବେ ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ସୁବିଧା ପାଇଁ ମୋ ବସ୍ କେବଳ ରେଳ ଷ୍ଟେସନରୁ କଟକ ଏବଂ ଖୋର୍ଦ୍ଧା ଯାଏଁ ଗାଡ଼ି ଚଳାଚଳ କରାଯିବ। ସେହିପରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ସେବା ମଧ୍ୟ ଉପଲବ୍ଧ ହେବ। ତେବେ ଲକଡାଉନ୍ ଅବଧି ମଧ୍ୟରେ କେହି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ। ଏହାବ୍ୟତୀତ ଯାତ୍ରୀମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି।






More Stories
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..
ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର…..