Report Card Odisha

| Daily Odia News

ଘରକୁ ଯାଇ ଏଫଆଇଆର ଆଣିବା ପୋଲିସ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲକଡାଉନ ସମୟରେ ଘରକୁ ଯାଇ ଏଫଆଇଆର ଗ୍ରହଣ କରିବ ପୋଲିସ | ଏହା କମିଶନରେଟ ପୋଲିସର ବିଶେଷ ବ୍ୟବସ୍ଥାରେ ହୋଇଛି। ଅଭିଯୋଗ ଥିଲେ ଘରକୁ ଯାଇ ଅଭିଯୋଗପତ୍ର ଗ୍ରହଣ କରିବ ପୋଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଲକଡାଉନ ବେଳେ ଲୋକେ ଥାନାକୁ ନଆସିବା ଲାଗି ପଦକ୍ଷେପ ନିଆଯାଇଛି। କାହାର କିଛି ଅଭିଯୋଗ ଥିଲେ ସେମାନେ ଫୋନରେ ଜଣାଇବେ। ଚୋରି, ଡକାୟତି ବା କିଛି ବି ଅସୁବିଧା ହୋଇଥିଲେ ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବର କିମ୍ବା ଆଇଆଇସି ଙ୍କୁ ଫୋନ୍ କରି ଜଣାଇବେ। ଫୋନ୍‌ରେ ଅଭିଯୋଗକାରୀଙ୍କଠାରୁ ସବିଶେଷ ତଥ୍ୟ ଆଦାୟ କରାଯିବ। ଏହାପରେ ଯଥାଶୀଘ୍ର ଅଭିଯୋଗକାରୀଙ୍କ ଘରେ ପୋଲିସ ପହଞ୍ଚିବ। ଘରେ ପହଞ୍ଚି ଅଭିଯୋଗକାରୀଙ୍କ ଠାରୁ ପୋଲିସ ଏତଲା ଗ୍ରହଣ କରିବ। ଏହାଦ୍ୱାରା ତଦନ୍ତରେ କିଛି ଅବହେଳା କରାଯିବନି ବୋଲି ଡିସିପି କହିଛନ୍ତି।

Breaking News