Report Card Odisha

| Daily Odia News

ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୪୦ ହଜାର ତଳକୁ ହ୍ରାସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ସଂଖ୍ୟା ୩୮ ହଜାର ୧୬୪ରେ ପହଞ୍ଚିଛି । ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪୯୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୧ ଲକ୍ଷ ୪୪ ହଜାର ୨୨୯ରେ ପହଞ୍ଚିଛି। ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୪ ହଜାର ୧୦୮ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୩ ଲକ୍ଷ ୮ ହଜାର ୪୫୬ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୨୧୬୬୫| ବର୍ତ୍ତମାନ ସୁଦ୍ଧା ୪୦ କୋଟି ୫୪ ଲକ୍ଷ ୩୧ ହଜାର ୭୧୫ ଜଣ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୪ କୋଟି ୫୪ ଲକ୍ଷ ୨୨ ହଜାର ୨୫୬ ଲାକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

Breaking News