Report Card Odisha

| Daily Odia News

ଓଡ଼ିଶାର ଖୋର୍ଦ୍ଧା,କଟକ ଓ ସୁଦନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ / ଭୁବନେଶ୍ୱର

ଦେଶରେ କରୋନା ସ୍ଥିତି ନେଇ ୧୦ ରାଜ୍ୟର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ସଂକ୍ରମଣ ଅଧିକ ଥିବା ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ପାଦଧିକାରୀଙ୍କ ସହ ସ୍ଥିତି ମୁକାବିଲା ନେଇ ଆଲୋଚନା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କ୍ଷେତ୍ର ଉପରେ କାର୍ଯ୍ୟ, ଅନୁଭୂତି ଓ ଅନୁଭବ ହିଁ ସଫଳ ନୀତି ନିର୍ଦ୍ଧାରଣ କରିବାରେ ସହାୟକ ହେବ ବୋଲି ମୋଦି କହିଛନ୍ତି । ସଂକ୍ରମଣ ରୋକିବାକୁ ହେଲେ ଆମକୁ ନୂଆ ଷ୍ଟ୍ରାଟେଜି ଓ ସମାଧାନ ପନ୍ଥା ବାହାର କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି । ଏପରିକି ଆଗକୁ ଟିକାକରଣ କିଭଳି ହେବ, ସେନେଇ ରାଜ୍ୟ ସରକାର ଓ ଅନ୍ୟ ଅଂଶୀଦାରଙ୍କ ପରାମର୍ଶ ଲୋଡାଯାଇଛି । ମହାମାରୀ ସମୟରେ ଲୋକେ ଆପଣମାନଙ୍କଠାରୁ ଅଧିକ ସେବା ଚାହୁଁଥିବା ଏବଂ ଏହି ସମୟରେ ଆପଣମାନଙ୍କ ସେବା ଅଧିକ ଚ୍ୟାଲେଞ୍ଜିଂ ବୋଲି ମୋଦି ଜିଲ୍ଲାପାଳ ଓ ଜିଲ୍ଲା ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓ କନଫରେନ୍ସିଂ ଆଲୋଚନାରେ ଓଡ଼ିଶାର ଖୋର୍ଦ୍ଧା, କଟକ ଓ ସୁଦନ୍ଦରଗଡ଼ ଜିଲ୍ଲାପାଳ ସାମିଲ ହୋଇଥିଲେ । ତେବେ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କରୋନା ମୁକାବିଲାରେ ନିୟୋଜିତ ଦେଶର ବିଭିନ୍ନ ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଭିଡିଓ କନଫରେନ୍ସିଂରେ ବିଭିନ୍ନ ରାଜ୍ୟର ଜିଲ୍ଲା ଅଧିକାରୀ ଓ କ୍ଷେତ୍ର ଅଧିକାରୀଙ୍କ ସହ ଆଲୋଚନା ବେଳେ କରୋନା ମୁକାବିଲାରେ ସେମାନଙ୍କ ଭୂମିକା ଓ କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ । ମହାମାରୀ ବେଳେ କ୍ଷେତ୍ରୀୟ ଅଧିକାରୀମାନେ କମାଣ୍ଡର ଭାବେ କାମ କରିଥିବାରୁ ଦେଶ ସଫଳ ହୋଇଛି କହିଥିଲେ ମୋଦି । କରୋନା କାଳରେ ପ୍ରତ୍ୟେକ ଜିଲ୍ଲାର ଭିନ୍ନ ଭିନ୍ନ ସମସ୍ୟା ରହି ଆସିଥିଲା ଓ ରହି ଆସିଛି । ଏଣୁ ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀ ସେସବୁକୁ ଭଲ ଭାବେ ବୁଝିଥାନ୍ତି । ଯେତେବେଳେ ନିଜ ଜିଲ୍ଲା ସମସ୍ୟାର ସମାଧାନ କରିବାରେ ସଫଳ ହୁଏ, ସେତେବେଳେ ଦେଶ ସଫଳ ହୁଏ ଭଳି ଅନୁଭବ ହୋଇଥାଏ ବୋଲି ମୋଦି କହିଥିଲେ । ସେହିପରି ଜିଲ୍ଲା ଯଦି ହାରିଯାଏ, ଦେଶ ମଧ୍ୟ ହାରିଯାଏ ବୋଲି ସେ କହିଥିଲେ ।

Breaking News