Report Card Odisha

| Daily Odia News

କେରଳର ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପିନାରାଇ ବିଜୟନ….

ରିପୋର୍ଟ କାର୍ଡ / ନୂଆଦିଲ୍ଳୀ

ସିପିଆଇଏମର ବରିଷ୍ଠ ନେତା ପିନାରାଇ ବିଜୟନ ଆଜି କ୍ରମାଗତ ଦ୍ଵିତୀୟ ଥର କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ରାଜ୍ୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । କରୋନା କଟକଣା ମଧ୍ୟରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ଶପଥ ପାଠ କରାଇଛନ୍ତି । ସମାରୋହରେ କୋଭିଡ୍-୧୯ ପ୍ରଟୋକଲ ସଂପୂର୍ଣ୍ଣ ଭାବେ ପାଳନ କରାଯାଇଥିଲା। ବଡ କଥା ନୂତନ ମନ୍ତ୍ରିମଣ୍ଡଳରେ ବିଜୟନ ଏକ ମାତ୍ର ପୁରୁଣା ଚେହେରା । କରୋନା କାରଣରୁ ବିରୋଧୀ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫର ନେତା ସମାରୋଲରେ ସାମିଲ ହୋଇ ନାହାନ୍ତି। କେରଳ ଉଚ୍ଚ ନ୍ୟାୟାଳୟ ବୁଧବାର ସକାଳେ ମହାମାରୀକୁ ଦୃଷ୍ଟିରେ ରଖି ସମାରୋହରେ ସୀମିତ ସଂଖ୍ୟାରେ ଲୋକଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜ୍ଵାଇଁଙ୍କୁ ମିଳିଲା କ୍ୟାବିନେଟ୍ରେ ଜାଗା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିଜର କ୍ୟାବିନେଟ୍‌ରେ ସମସ୍ତ ନୂତନ ଚେହେରାଙ୍କୁ ସାମିଲ କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ସମାଲୋଚନା କରାଯାଉଛି କାରଣ ସେ ନିଜ ଜ୍ଵାଇଁ ମହମ୍ମଦ ରିୟାଜଙ୍କୁ ନିଜ କ୍ୟାବିନେଟ୍‌ରେ ସ୍ଥାନ ଦେଇଛନ୍ତି। ଏହି ପଦକ୍ଷେପ ପରେ ବିଜୟନଙ୍କ ଉପରେ ପରିବାରବାଦର ଆରୋପ ଲାଗିଛି। କେରଳର ଗତ ସରକାରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ରହିଥିବା କେକେ ଶୈଳଜାଙ୍କୁ ଏଥର କ୍ୟାବିନେଟ୍‌ରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ମଧ୍ୟ ବିଜୟନଙ୍କ ନୀତି ଉପରେ ପ୍ରଶ୍ନ ଉଠିଛି। କାରଣ କେରଳରେ କୋଭିଡ୍ ନିୟନ୍ତ୍ରଣକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ପ୍ରଶଂନୀୟ ପଦକ୍ଷେପ ନେଇଥିଲେ। ଅନ୍ୟ ରାଜ୍ୟରେ ମଧ୍ୟ ତାଙ୍କ କାର୍ଯ୍ୟକୁ ବେଶ୍ ପ୍ରଶଂସା କରାଯାଇଛି।

Breaking News