ରିପୋର୍ଟ କାର୍ଡ / ଭୁବନେଶ୍ଵର
ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ କାର୍ଯ୍ୟକାରୀ ପରିଷଦ ସମାରୋହରେ ଗୁରୁବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିପାରନ୍ତି। ଭାଜପା ସରକାରର ୨ ବର୍ଷ ପାଳନ ଅବସରରେ ସେ ଓଡ଼ିଶା ଆସିବେ। ସେ ଆହୁରି କହିଛନ୍ତି ‘୪ ଦିନ ତଳେ ମୁଁ ଦିଲ୍ଲୀ ଯାଇଥିଲି, ସେଇଠି ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲି।’ଜୁନ ୧୨, ୨୦ କିମ୍ବା ସେପ୍ଟେମ୍ବର ୧୭ରେ ମୋଦି ଓଡ଼ିଶା ଆସିବାକୁ ମୁଁ ନିମନ୍ତ୍ରଣ କରିଛି। ତେବେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ନେଇ କାଲି ଅର୍ଥାତ୍ ବୁଧବାର PMOରୁ ଗ୍ରୀନ ସିଗନାଲ ମିଳିଛି। ଆମେ ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛୁ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।






More Stories
ଓସେପା ଅଫିସରୁ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ…..
ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି…..
ଶରଧାବାଲିରେ ୩ ରଥ….