Report Card Odisha

| Daily Odia News

ଆସନ୍ତାକାଲି ଠାରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ ଆସନ୍ତାକାଲି ଠାରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଳନ ସୂଚନା ଦେଇଛନ୍ତି।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,ଏହି ପ୍ରକିୟା ଜୁନ ୨୮ ଯାଏଁ ଚାଲିବ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି। ୧୭% ଲଜିକାଲ ମଧ୍ୟ ଏରର ବାହାରିଛି।ଯଦି କୌଣସି ଭୋଟଙ୍କ କିଛି ତ୍ରୁଟି ରହିଥିବ ତାହାଲେ ଏହାର ସଂଶୋଧନ କରିବେ ବିଏଲ୍‌ଓ।ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ପ୍ରେସମିଟ୍ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବା ନେଇ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଦୁଇଟି ଫର୍ମ ମଧ୍ୟରୁ ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟିଏ ଫର୍ମ ବିଏଲ୍‌ଓଙ୍କୁ ଦେବେ । କାଲିଠୁ ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ। ଯଦି କୌଣସି ଭୋଟରଙ୍କ ନାମ କିମ୍ବା ଜନ୍ମ ତାରିଖ, ଠିକଣା ରେ ଯଦି କିଛି ତ୍ରୁଟି ଥାଏ ତାହାଲେ ବିଏଲ୍ଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ ଲୋକେ। ଅଣ ଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ୍ ଦିଆଯାଉଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।ଭୋଟରମାନେ ଚାହିଁଲେ ନିର୍ବାଚନ ଆୟୋଗଙ୍କ ସରକାରୀ ୱେବସାଇଟ୍ (voters.eci.gov.in)ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ଅପଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ

Breaking News