ରିପୋର୍ଟ କାର୍ଡ / ପୁରୀ
‘ମୋତେ ଟିକେ ଭଲ ଲାଗିଲା ତ… । ପିଛା କରି ପଶିଗଲି… ।’ ଏହା ରୋଡ଼ ରୋମିଓର ଉତ୍ତର | ଦୁଇ ଦିନ ଧରି ଯୁବତୀଙ୍କୁ ପିଛା କଲା । ପରେ ଯୁବତୀଙ୍କ ପଛେ ପଛେ ତାଙ୍କ ଘରେ ପଶିଗଲା ଜଣେ ରୋମିଓ । ଏହା ପରେ ବହେ ଛେଚା ଖାଇ ବନ୍ଧାହେଲା ରୋମିଓ । ଏଭଳି ଏକ ଘଟଣା ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ରୋମିଓ ଜଣକ ହେଲା ସିଦ୍ଧମହାବୀର ମାରୁତୀ ନଗର ସୁନୀଲ କୁମାର ବେହେରା (୨୬) । ପୋଲିସ କହିଛି ଯେ, ଶ୍ରୀକ୍ଷେତ୍ର କଲୋନୀରେ ଯୁବତୀଙ୍କ ଘର । ସେ ତାଙ୍କ ବାପାଙ୍କ ସହ ମର୍ଣ୍ଣିଂ ୱାକ୍ରେ ଯାଆନ୍ତି । ସକାଳୁ ସକାଳୁ ଯୁବତୀଙ୍କୁ ଦେଖି ସୁନୀଲ ପିଛା କରିବା ଆରମ୍ଭ କରିଥିଲା । ବାପଝିଅ ଯୁଆଡ଼େ ଚାଲି ଚାଲି ଗଲେ ସେ ତାଙ୍କୁ ପିଛା କରିଥିଲା । ରବିବାର ସକାଳେ ଯୁବତୀଙ୍କ ପଛରେ ଯାଇ ତାଙ୍କ ଗେଟ୍ ଡେଇଁ ଘରେ ପଶିଥିଲା ସୁନୀଲ । ଏହାପରେ ତାକୁ କାବୁ କରି ପଚାରିବାବେଳେ ଭଲ ଲାଗିବାରୁ ପଶିଗଲି ବୋଲି ସେ କହିଥିଲା । ଏହି ସମୟରେ ପୋଲିସ ଯାଇ ତାକୁ ଉଦ୍ଧାର କରିଥିଲା । ଥାନାକୁ ଆଣିବା ପରେ ଏନେଇ ଯୁବତୀ ଏକ ଏତଲା ଦେଇଛନ୍ତି । ମାମଲା ରୁଜୁ କରି ପୋଲିସ ତାକୁ ଗିରଫ କରିଛି ।
More Stories
କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍….
ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ…..
୨୪ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି …..