Report Card Odisha

| Daily Odia News

ମନ ଇଚ୍ଛା ନେଇପାରିବେନାହିଁ ଆମ୍ବୁଲାନ୍ସ ଭଡ଼ା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ଆଉ ମନ ଇଚ୍ଛା ଭଡ଼ା ନେଇପାରିବେନି ଘରୋଇ ଆମ୍ବୁଲାନ୍ସ ମାଲିକ । ପ୍ରତ୍ୟେକ ବର୍ଗର ଅମ୍ବୁଲାନ୍ସ ପାଇଁ ସରକାର ଭିନ୍ନ ଭିନ୍ନ ଦର ନିର୍ଦ୍ଧାରଣ କରିଛନ୍ତି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ବଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ମାରୁତି ଓମନି ଭ୍ୟାନ୍ ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ୭୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଥିବା ବେଳେ ସାଧାରଣ ଲାଇଫ୍ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଭଡ଼ା ନିର୍ଦ୍ଧାରିତ କରାଯାଇଛି । ସେହିଭଳି ପ୍ରଥମ ୧୦ କିମି ପରେ ସାଧାରଣ ଅଆମ୍ବୁଲାନ୍ସ କିମି ପିଛା ଅତିରିକ୍ତ ୩୦ ଟଙ୍କା ଲେଖାଏ ଦେବାକୁ ହେବ । ଅନ୍ୟପଟେ ବୋଲେରୋ ଭଳି ମଧ୍ୟବର୍ଗର ଆମ୍ବୁଲାନ୍ସ ୧୦ କିଲୋମିଟର ଭିତରେ ୧୦୦୦ ଟଙ୍କା ନେବେ, ଲାଇଫ୍ ସପୋର୍ଟ ବ୍ୟବସ୍ଥା ଥିଲେ ୧୫୦୦ ଟଙ୍କା ନେବେ ବୋଲି ସ୍ଥିର ହୋଇଛି । ସେହିଭଳି ମଧ୍ୟବର୍ଗର ଆମ୍ବୁଲାନ୍ସ ପାଇଁ ୧୦ କିମି ପରେ କିମି ପିଛା ଅତିରିକ୍ତ ୫୦ ଟଙ୍କା ଦେବାକୁ ହେବ । ୱିଙ୍ଗର ଭଳି ବଡ଼ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦ ଟଙ୍କା ନେବାକୁ ସ୍ଥିର ହୋଇଥିବା ବେଳେ ଲାଇଫ ସପୋର୍ଟ ବ୍ୟବସ୍ଥା ଥିଲେ ୨୦୦୦ ଦେବାକୁ ହେବ । ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଦର ନିର୍ଦ୍ଧାରିତ କରାଯାଇଛି । ସେହିଭଳି ବଡ଼ ଆମ୍ବୁଲାନ୍ସରେ ୧୦ କିମି ପରେ କିମି ପିଛା ଅତିରିକ୍ତ ଦେୟ ୫୦ ଟଙ୍କା ଦେବାକୁ ହେବ ।

Breaking News