ରିପୋର୍ଟ କାର୍ଡ / ମୁମ୍ବାଇ
ମୁମ୍ବଇର ବେରିବଲୀ ରେଳ ଷ୍ଟେସନର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଏକ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ଅବସ୍ଥାରେ ଜଣେ ବ୍ୟକ୍ତି ଖସି ପଡ଼ିଲେ। ସେହି ସମୟରେ ଟ୍ରେନଟି ଗତିଶୀଳ ଅବସ୍ଥାରେ ଥିଲା। ବ୍ୟକ୍ତି ଜଣଙ୍କ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ସମୟରେ ପ୍ଲାଟଫର୍ମ ଓ ଟ୍ରେନ ମଧ୍ୟରେ ବ୍ୟବଧାନ ହେବା ଫଳରେ ସେ ଖସିପଡିଥିଲେ। ସେହି ସମୟରେ ରେଲୱେ ପୋଲିସ (ଆପିଏଫ)ର ଜଣେ ଯବାନ ଏହା ନଜରକୁ ଆସିବା ମାତ୍ରେ ସେ ଦୌଡି ଯାଇ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାଟି ୨୯ ଜୁନର ବୋଲି ଜଣାପଡିଛି। ଉକ୍ତ ଯବାନଙ୍କୁ ଆଉ ଜଣେ ବ୍ୟକ୍ତି ମଧ୍ୟ ସାହାଯ୍ୟ କରୁଥିବା ଦେଖାଯାଉଛି। ମାତ୍ର ଚଳନ୍ତା ଟ୍ରେନରୁ ଏଭଳି ଭାବେ ଓହ୍ଲାଇବା ଓ ଚଢିବା ଜୀବନପ୍ରତି ସମ୍ପୂର୍ଣ୍ଣ ବିପଦ। ତେଣୁ ଏଭଳି ନକରିବାକୁ ବାରମ୍ବାର କୁହାଯାଉଛି।
More Stories
ନିର୍ବାଚନ ପୂର୍ବରୁ ଝାରଖଣ୍ଡ ଡିଜିପିଙ୍କ ବଦଳି ନିର୍ଦ୍ଦେଶ….
ଜେଲରୁ ମୁକୁଳିଛନ୍ତି ଆପ୍ ନେତା ସତ୍ୟେନ୍ଦ୍ର ଜୈନ….
ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ…..