ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ୧୮ ଘଣ୍ଟା ପରେ ବି ଡ୍ରେନରେ ଭାସି ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ପତ୍ତା ଏଯାଏ ମିଳିନି। ଗଣ୍ଡମୁଣ୍ଡା ମୁଖ୍ୟ କେନାଲରେ ବୋଟ ଯୋଗେ ସର୍ଚ୍ଚ ଅପରେସନ କରିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା ଭାସି ଯାଇଥିଲେ । ଗତକାଲି ଦିନ ୨ଟା ବେଳେ ଟ୍ୟୁସନ୍ ପାଇଁ ଘରୁ ବାହାରିଥିଲେ ଜ୍ୟୋତିପ୍ରକାଶ । ବର୍ଷା ପରେ ମୁକୁଳା ଡ୍ରେନର ପାଣି ସୁଅରେ ସେ ଭାସି ଯାଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ କରିଥିଲେ ଅଭିଯାନ । ରାତି ୧୦ଟା ଯାଏ ସେଠାରେ ଖୋଜାଖୋଜି କରିଥିଲେ । ଡ୍ରେନ୍ ଭିତରେ ପ୍ରାୟ ୧୦ କିଲୋମିଟର ଯାଏ ପଶି ଖୋଜିଥିଲେ ବି ମିଳି ନଥିଲେ ଜ୍ୟୋତିପ୍ରକାଶ । ଆଜି ପୁଣି ଛାତ୍ରଙ୍କୁ ଖୋଜିବା ଆରମ୍ଭ କରିଛି ଅଗ୍ନିଶମ ବାହିନୀ ଟିମ୍ | ସେପଟେ ତାଙ୍କ ପରିବାର ଲୋକ ଆଶା ଆଶଙ୍କା ଭିତରେ ଅଛନ୍ତି ।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..