ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ଵରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆଜିଠାରୁ ସକାଳ ୭ଟା. ୩୦ମି.ରୁ ଅପରାହ୍ନ ୫ଟା. ୩୦ମି. ପର୍ଯ୍ୟନ୍ତ ଖୋଲା ରହିବ। ଗ୍ରେଷ୍ମ ପ୍ରବାହ ବଢ଼ିବାରେ ଲାଗିଛି | ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ଅର୍ଥାତ୍ ୨୦୨୦-୨୧ ବର୍ଷରେ ୮ ଲକ୍ଷ ୨୦ ହଜାର ୪୮୪ ଜଣ ପର୍ଯ୍ୟଟକ ଭ୍ରମଣରେ ଆସିଥିଲେ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ।






More Stories
ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ…..
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା…..
ଘୂର୍ଣ୍ଣିବଳୟ ସକ୍ରିୟ:ଘଡ଼ଘଡି ସହ ବର୍ଷା ସମ୍ଭାବନା…..