Report Card Odisha

| Daily Odia News

୮୬ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଭୁବନେଶ୍ୱରରେ ୮୬ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିସହ ଉତ୍କଳ ଦିବସ ଅବସରରେ ରିଜର୍ଭ ଗ୍ରାଉଣ୍ଡରେ ଆୟୋଜିତ ଦୀକ୍ଷାନ୍ତ ପରେଡରେ ପୋଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ। ଭୁବନେଶ୍ୱର- କଟକ କମିସନରେଟ ପୋଲିସ ଆଗାମୀ ଦିନରେ ଉତ୍ତମ ସେବା ଏବଂ ସେବାର ମାନ ଅଧିକ କରିବା ଦିଗରେ ସଂକଳ୍ପବଦ୍ଧ ବୋଲି ପୋଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏଥିସହ ପୋଲିସର କାର୍ଯ୍ୟ ଓ ବ୍ୟବହାର ଦିଗରେ କିଭଳି ଲୋକଙ୍କ ନିକଟତର ହୋଇପାରିବେ ସେନେଇ ସେ ପରାମର୍ଶ ଦେଇଛନ୍ତି। ଦ୍ବୈତ ନଗରୀରର ଦାୟିତ୍ୱ ଭାର ଓଡ଼ିଶା ପୋଲିସ ଉପରେ ଥିବା ବେଳେ ସେମାନଙ୍କ ଧନଜୀବନ ସୁରକ୍ଷା ନେଇ ଅଭିଭାଷଣ ରଖିଥିଲେ ପୋଲିସ କମିସନର୍। ଏହି କାର୍ଯ୍ୟକ୍ରମରେ ରେ ୧୯ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ପୋଲିସ କମିସନର୍ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜନତା ମାଲିକ। ଏଇ ଭାବନା ନେଇ ପୋଲିସ କାମ କରୁ। ବୃତ୍ତିଗତ ଦକ୍ଷତା ସହ କାମ କରୁ ପୋଲିସ | ଓଡ଼ିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସ | ଏହି ଅବସରରେ ପୋଲିସ ଡିଜି ଅଭୟ କହିଛନ୍ତି କି ଓଡ଼ିଶା ପୋଲିସ ସବୁ କ୍ଷେତ୍ରରେ ଆଗୁଆ । ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିଛି ଓଡ଼ିଶା ପୋଲିସ । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ପୋଲିସର ପ୍ରୟାସ ପ୍ରଶଂସନୀୟ । ପ୍ରତିଷ୍ଠା ଦିବସ ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିଥିଲେ ପୋଲିସ ଡିଜି । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସହିଦ ପୋଲିସ କର୍ମଚାରୀ ଓ ପ୍ରାଣବଳି ଦେଇଥିବା କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ପୋଲିସର ସଫଳତା ବଖାଣିଛନ୍ତି ଡିଜିପି । ନିଖୋଜ ଶିଶୁଙ୍କ ଉଦ୍ଧାର କ୍ଷେତ୍ରରେ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ପାଇଛି । ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ରୋକିବା କ୍ଷେତ୍ରରେ ପୋଲିସ କାମ କରୁଛି । ଆଇନଶୃଙ୍ଖଳା ନିୟନ୍ତ୍ରଣ ଓ ନକ୍ସଲ ଦମନରେ ଆମକୁ ବହୁ ସଫଳତା ମିଳିଥିବା କହିଛନ୍ତି ଡିଜିପି। ବିଗତ ୨ ବର୍ଷ ମଧ୍ୟରେ ସ୍ୱାଭିମାନ ଅଞ୍ଚଳରେ ପୋଲିସ ବହୁ ସଫଳ ହୋଇଛି । ରାଜ୍ୟରେ ବହୁ ନୂତନ ଥାନା, ଫାଣ୍ଡି ପ୍ରତିଷ୍ଠା ହୋଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆସିଛି । ଓଡ଼ିଶା ପୋଲିସ ସମସ୍ତ କ୍ଷେତ୍ରରେ ସଫଳତା ପାଇଛି। ଆଗକୁ ମଧ୍ୟ ସଫଳ ରହିବ ବୋଲି କହିଛନ୍ତି ଡିଜିପି ।

Breaking News