Report Card Odisha

| Daily Odia News

ଦିବଂଗତ ସୁଶାନ୍ତଙ୍କ ନାଁରେ ଜାତୀୟ ପୁରସ୍କାର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୯ମାସ ବିତିଯାଇଛି । କିନ୍ତୁ ତାଙ୍କ ମୃତ୍ୟୁର ରାଜ୍ ଏବେ ମଧ୍ୟ ରାଜ ହୋଇ ରହିଯାଇଛି । ଦିନେ ସାରା ବିଶ୍ୱରେ ଏହି ମାମଲା ଗମ୍ଭୀର ରୂପ ନେଇଥିଲା ଏବଂ ଶେଷରେ ସୁଶାନ୍ତଙ୍କ ମାମଲା ଡ୍ରଗ୍ସ ଆଡ଼କୁ ଚାଲିଗଲା । ସୁଶାନ୍ତଙ୍କ ଏକାଧିକ ପ୍ରଶଂସକ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଅନେକ ଚେଷ୍ଟା କଲେ । ଏଥିପାଇଁ ସୋଶିଆଲ ମିଡିଆର ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା । କିନ୍ତୁ ଏବେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ। ଯଦିଓ ଅନେକ ପ୍ରଚେଷ୍ଟା ପରେ ସୁଶାନ୍ତଙ୍କ ପାଇଁ କେହି କିଛି କରିପାରିଲେନି ତଥାପି ଭାରତ ସରକାର ସୁଶାନ୍ତ ସିଂଙ୍କ ନାମରେ ଏକ ଆୱାର୍ଡ ନାମକରଣ ପାଇଁ ବିଚାର କରୁଛନ୍ତି । ଏଭଳି ହେଲେ ସବୁଦିନ ପାଇଁ ସୁଶାନ୍ତ ନାମ ନ୍ୟାସନାଲ ଆୱାର୍ଡରେ ପଞ୍ଜିକୃତ ହୋଇଯିବ । କେବଳ ସେତିକି ନୁହେଁ ଯଦି ଏଭଳି ହୁଏ ତେବେ ସୁଶାନ୍ତଙ୍କୁ ଭଲ ପାଉଥିବା ତାଙ୍କର ଅଗଣିତ ପ୍ରଶଂସକ ନିହାତି ଭାବରେ ଖୁସି ହେବେ । ଖାଲି ସେତିିକି ନୁହେଁ ସୁଶାନ୍ତଙ୍କ ନାଁରେ ଏକ ଚଳଚ୍ଚିତ୍ର ପୁରସ୍କାର ରଖିବା ପାଇଁ ଭାରତ ସରକାରଙ୍କର ଆଲୋଚନା ଜାରି ରହିଛି । ଆଲୋଚନା ସଫଳ ହେଲେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସୁଶାନ୍ତଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଳିପିବଦ୍ଧ ହୋଇ ରହିବ । ସୁଶାନ୍ତଙ୍କ ବାୟୋପିକ ଉପରେ ଯଦି ନଜର ପକାଇବା ତେବେ ସୁଶାନ୍ତଙ୍କ ବାୟୋପିକର ନାଁ ‘ନ୍ୟାୟ ଦି ଜଷ୍ଟିସ’ ରଖାଯାଇଛି । ଏହାକୁ ନେଇ ଘୋଷଣା ମଧ୍ୟ ହୋଇସାରିଛି । ଏହାକୁ ବିକାଶ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ କରାଯିବ । ଯାହାର ପ୍ରଯୋଜନା କରିବେ ରାହୁଲ ଶର୍ମା ।

Breaking News