Report Card Odisha

| Daily Odia News

କାଜୋଲଙ୍କ ସଫଳତାର ସୂତ୍ର

ମୁମ୍ବାଇ: ବଲିଉଡ ଜଗତର ଚୁଲବୁଲି ଅଭିନେତ୍ରୀ କାଜୋଲ ମୁଖାର୍ଜୀ । ପରଦା ଉପରେ ନିଜର ଦମଦାର ଅଭିନୟ ଦେଖାଇ ଲୋକଙ୍କ ମନ କିଣିଛନ୍ତି । ପାଖାପାଖି ୩୦ ବର୍ଷ ହେବ ଇଣ୍ଡଷ୍ଟ୍ରୀ ସହ ଯୋଡ଼ି ହେଇକି ଅଛନ୍ତି । ୧୯୯୨ରେ ଫିଲ୍ମ ‘ବେଖୁଦୀ’ରୁ କାଜୋଲ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେହି ଠାରୁ ଆରମ୍ଭ ହୋଇଥିଲା କାଜୋଲଙ୍କ ଅଭିନୟ ଯାତ୍ରା। ଆଉ ପଛକୁ ଫେରି ଚାହିଁ ନଥିଲେ କାଜୋଲ । ତେବେ ଆଜି ଯଦି ସେ ଏଠାରେ ପଁହଚିଛନ୍ତି ତାହାର କାରଣ କ’ଣ ଓ ସଫଳତା ପଛର ରହସ୍ୟ କ’ଣ ରହିଛି ସେ ବିଷୟରେ ସେ କହିଛନ୍ତି । ଏକ ଇନ୍ଟରଭ୍ୟୁରେ ସେ କହିଛନ୍ତି ଯେ ନିଜ କମ୍ପୋଟ ଜୋନରୁ ବାହାରିବା କିଛି ସହଜ କଥା ନୁହେଁ । ଆଉ ଏହାଠାରୁ ଅଧିକ ଆବଶ୍ୟକ ରହିଛି ନିଜ ଉପରେ ବିଶ୍ୱାସ ରଖିବା। ଯଦି ନିଜ ଉପରେ ବିଶ୍ୱାସ ଅଛି ତେବେ କୌଣସି ଠାରେ ମଣିଷ ହାରେ ନାହିଁ । ଆଉ ନିଜ ଉପରେ ଦୃଢ଼ ବିଶ୍ୱାସ ଥିଲେ ହିଁ ପୁରା ଦୁନିଆ ତୁମକୁ ବିଶ୍ୱାସ କରିବେ । ଯେବେ କାଜୋଲ ନିଜେ ବଲିଉଡ ଇଣ୍ଡଷ୍ଟ୍ରୀରେ ପ୍ରଥମେ ପାଦ ଦେଇଥିଲେ ସେବେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ଆଉ ତାହା ସମ୍ଭବ ହୋଇ ପାରିଥିଲା କେବଳ ମୁଁ ନିଜ କମ୍ପଟଜୋନରୁ ବାହାରିକି ଆସିଥିଲି । ମୁଁ କେବଳ ମୋ କାମ ଉପରେ ଫୋକସ କରିଥିଲି ଆଉ ଆଗକୁ ବଢ଼ିଥିଲି । ଆଉ କ’ଣ କାମ କରିଲେ ମୁଁ ଆଗକୁ ବଢ଼ି ପାରିବି ସେ ନେଇ ସର୍ବଦା ଚିନ୍ତିତ ରହୁଥିଲି । ତେଣୁ ନିଜ ଉପରେ ବିଶ୍ୱାସ ରଖନ୍ତୁ ଆଉ ନିଜକୁ ଭଲ ପାଆନ୍ତୁ । ତେବେ ଯାଇ ଆପଣ ନିଜ ଲକ୍ଷ୍ୟସ୍ଥଳରେ ପହଁଚି ପାରିବେ । ମୁଁ ଦେଖିବାକୁ ଏତେ ସୁନ୍ଦର ନୁହେଁ କି ମୋ ଫିଗର ଜିରୋ ସାଇଜ ନୁହେଁ । ତଥାପି ମୁଁ ଯେମିତି ଅଛି ସେଥିପାଇଁ ମୁଁ ନିଜକୁ ବହୁତ ଭଲ ପାଏ । ଭବିଷ୍ୟତରେ ଆହୁରି ଭଲ ପରିଚୟ ସୃଷ୍ଟି କରିବା ପାଇଁ ଜଣେ ଭଲ ଡିରେକ୍ଟରଙ୍କ ସହ କାମ କରିବାକୁ ଚାହେଁ । କାରଣ କିଛି ନୂଆ ଶିଖିଲେ ହିଁ ଆମେ ଆଗକୁ ବଢ଼ି ପାରିବା ।

Breaking News