Report Card Odisha

| Daily Odia News

ପଦ ମିଳୁ କି ନ ମିଳୁ, ମୁଁ ରାହୁଲ-ପ୍ରିୟଙ୍କା ଙ୍କ ପାଇଁ କାମ କରିବି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ମୁଁ ପଦରେ ରୁହେ କି ନ ରୁହେ, କିନ୍ତୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ସବୁବେଳେ ରହିବି । ଏଭଳି ମନ୍ତବ୍ୟଦେଇ ଚର୍ଚ୍ଚାକୁ ଆସିଛନ୍ତି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ପଦରେ ରୁହେ କି ନ ରୁହେ, କିନ୍ତୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ସବୁବେଳେ ରହିବି ।’ ଦଳର ଆଦର୍ଶରେ କାମ କରିବି। କେବଳ ଏତିକି ନୁହେଁ ପଞ୍ଜାବର କେମିତି ଉନ୍ନତି ହେବ କଂଗ୍ରେସକୁ ନେଇ ସ୍ୱପ୍ନ ଦେଖୁଥିବା ପଞ୍ଜାବୀଙ୍କ ଆଶା କେମିତି ପୂରଣ ହେବ ସେନଇ କାମ କରିବି ବୋଲି ସିଦ୍ଧୁ ଟ୍ୱିଟ କରି କହିଛନ୍ତି।
ଏଥିରୁ ଅନୁମାନ କରାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କ ସହ ହୋଇଥିବା ସମ୍ମତି ସୂତ୍ରରେ ସିଦ୍ଧୁ ସହମତି ନାହାନ୍ତି । ଅନ୍ୟପଟେ ସିଦ୍ଧୁଙ୍କ ଇସ୍ତଫାକୁ ନେଇ କଂଗ୍ରେସ ହାଇକମାଣ୍ଡ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେବେ ସିଦ୍ଧୁ ମୁଖ୍ୟତଃ କ୍ୟାବିନେଟ୍ ନିଯୁକ୍ତିକୁ ବିରୋଧ କରି ଇସ୍ତଫା ଦେଇଥିଲେ । ସିଦ୍ଧୁ କେତେକ ମନ୍ତ୍ରୀ, ପୋଲିସ ମୁଖ୍ୟ ଓ ଆଟର୍ଣ୍ଣିଂ ଜେନେରାଲଙ୍କ ନିଯୁକ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

Breaking News